Advertisment

ବିପଦ ସଂକେତ ଉପରେ ବୈତରଣୀ

ଭଦ୍ରକ(ଓଡ଼ିଶା ରିପୋର୍ଟର): ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର।  ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ଆଜି ଦିନ ୧୨ଟା ସୁଦ୍ଧା ୧୮.୪୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ଜଳସ୍ତର  କମିଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର […]

author-image
Tapas Behera
ବିପଦ ସଂକେତ ଉପରେ ବୈତରଣୀ

flood

ଭଦ୍ରକ(ଓଡ଼ିଶା ରିପୋର୍ଟର): ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର।  ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ଆଜି ଦିନ ୧୨ଟା ସୁଦ୍ଧା ୧୮.୪୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ଜଳସ୍ତର  କମିଥିବା ବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ଜଳ ରେ ବୁଡି ରହିଛି । ଅନ୍ୟପଟେ କଣ୍ଟିଘାଇ ଓ ଗୌରାଙ୍ଗପୁର, ମଲ୍ଲୀ ମାହାରା  ଏସକେପ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି ।

Advertisment

ଭଣ୍ଡାରିପୋଖରୀ ବ୍ଲକର 4ଟି ପଂଚାୟତ ଓ ଧାମନଗର ବ୍ଲକର 6ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳ ଖଡିପଦା ପଂଚାୟତର ଦକ୍ଷିଣକୁରୁଆ, ମଲ୍ଲିକସାହି, ନଡ଼ିଆବାଗ , ଅନ୍ୟପଟେ ଡାଙ୍ଗୁଆ ପାଟଣା, ସୋହଡାରେ ପାଣି ପଶିଛି । ଧାମନଗର ବ୍ଲକର ପଧାନୀ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ ହୋଇଥିବା ବେଳେ ଧାମନଗର ଫଳପୁର ରାସ୍ତାର ଜାହାଙ୍ଗିର ଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭଦ୍ରକ ଆରଡ଼ି ରାସ୍ତାର ଅସୁରାଳି ଠାରେ ରାସ୍ତା ଉପରେ ୨ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ୪ଟି ପଂଚାୟତର ବିଭିନ୍ନ ଚାଷ ଜମିରେ ବନ୍ୟା ଜଳ ମାଡି ଯାଇଥିବା ଜଣାପଡିଛି ।  ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସର ଙ୍କ ଟିମ ବିଭିନ୍ନ ଅଞ୍ଚଳ ଉପରର ନଜର ରଖିଛନ୍ତି । ଭଦ୍ରକ ଜିଲ୍ଲାପାଳ , ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

Advertisment