Advertisment

ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଚାପୁଡ଼ା ମାରି ଗାଲୁ ମାରୁଛନ୍ତି ବିଡିଓ!

ପ୍ରଶାସନର ଏପରି କାର୍ଯ୍ୟକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ପ୍ରଧାନଶିକ୍ଷକଙ୍କ ବଦଳିକୁ ବାତିଲ କରିବା ପାଇଁ ଦାବି କରିଥିଲେ।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ବିଡିଓଙ୍କ ଦାଦାଗିରି! ଓକିଲାତି କରିବାକୁ ଆସି ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ପାଚୁଡ଼ ମାରିଲେ! ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ମଧ୍ୟ ଗାଲୁ ମାରିଲେ ବିଡିଓ ମହାଶୟ। ଆଉ ଗଣମାଧ୍ୟମକୁ କହିଲେ, ଆପଣ ପୂରା ଭିଡିଓ ଦେଖିନାହାନ୍ତି। ଆଜି ଏପରି ଚିତ୍ର ଭଦ୍ରକ ଜିଲ୍ଲାରୁ ଆସିଛି।

Advertisment

ବନ୍ତ ବ୍ଲକ୍‌ ସିଆଳିଆ ବିଦ୍ୟାଳୟକୁ 5-Tରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିପାଇଁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସ୍କୁଲ ପରିଦର୍ଶନ କରି ଯାଇଛନ୍ତି। ଏହା ସତ୍ତ୍ୱେ ରୁପାନ୍ତରିତ ସ୍କୁଲର ନୂଆ ଡିଜାଇନ୍‌ ଚୂଡ଼ାନ୍ତ ହୋଇପାରୁ ନାହିଁ। କେଁ ଦେଖାଦେଇଥିଲା। ଯେଉଁଥିପାଇଁ 5-T କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା। ରୁପାନ୍ତରିତ ସ୍କୁଲର ଡିଜାଇନ୍‌ ଚୂଡ଼ାନ୍ତ ହୋଇପାରୁନଥିବାରୁ ପ୍ରଶାସନ ତରବରିଆ ଭାବେ ପ୍ରଧାନଶିକ୍ଷକଙ୍କୁ ବଦଳି କରିଦେଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ପ୍ରଶାସନର ଏପରି କାର୍ଯ୍ୟକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ପ୍ରଧାନଶିକ୍ଷକଙ୍କ ବଦଳିକୁ ବାତିଲ କରିବା ପାଇଁ ଦାବି କରିଥିଲେ।

ଆଜି ବନ୍ତ ବିଡିଓ ବିଡ଼ିଓ ପ୍ରଦୀପ ସେଠୀ ସ୍କୁଲ ପରିଦର୍ଶନରେ ଆସିଥିଲେ। ସେହି ସମୟରେ ସ୍କୁଲ କମିଟି ସଭାପତି ରଞ୍ଜନ ବାରିକ ଓ ଅଭିଭାବକମାନେ ବିଡିଓଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ବଦଳି କରାଯାଇଥିବା ପ୍ରଧାନଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ। ଏହାକୁ ନେଇ ବିଡିଓ ଓ ଗାଁ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ବିଡିଓ ଶ୍ରୀ ସେଠୀ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଆଉ ସଙ୍ଗେ ସଙ୍ଗେ ସ୍କୁଲ ପରିଚାଳନା କମିଟି ସଭାପତି ରଞ୍ଜନ ବାରିକଙ୍କ ଗାଲକୁ ଶକ୍ତ ଚାପୁଡ଼ାଟେ ମାରିଥିଲେ।

Advertisment

ସର୍ବ ସମ୍ମୁଖରେ ବିଡିଓ ଚାପୁଡ଼ା ମାରିଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ହେଲେ ବିଡିଓ ମହାଶୟ ନିଜ ଭୁଲ୍‌ ମାନିବା ପରିବର୍ତ୍ତେ ମିଛ ପରେ ମିଛ କହୁଛନ୍ତି। ଗାଲୁ ପେଲୁଛନ୍ତି। ଆଉ ବାହାନା କରି କହିଛନ୍ତି, ଆପଣ ପୂରା ଭିଡିଓ ଦେଖିନାହାନ୍ତି। ପାର୍ଟଲି ଦେଖିଛନ୍ତି। ତାଙ୍କ ସହିତ ମତାନ୍ତର ହୋଇଛି। ଯୁକ୍ତିତର୍କ ଓ ଠେଲାପେଲା ହୋଇଛି। କିନ୍ତୁ ମାଡ଼ ହୋଇନାହିଁ। କୌଣସି ରାଜନୈତିକ ବ୍ୟକ୍ତି ସେଠାରେ ନଥିଲେ କି କେହି କାହା ଉପରକୁ ହାତ ଉଠାଇ ନାହାନ୍ତି। ବର୍ତ୍ତମାନ ଯେଉଁ 5-T କାମ ଚାଲିଛି, ସେଥିରେ ସ୍ୱଚ୍ଛତା ଅବଲମ୍ୱନ କରାଯାଇଛି। କୌଣସି ପ୍ରକାର ଦୁର୍ନୀତି ନାହିଁ। ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ ଦେଇ ଆସିଛି, ଯଦି ଗୋଟିଏ ଟଙ୍କାର ଦୁର୍ନୀତି ହୋଇଥିବ, ତାହାହେଲେ କାର୍ଯ୍ୟାନୁଷ୍ଠାନ ହେବ। ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସ୍କୁଲରେ ବହୁ ଭଲ କାମ ହେଉଛି ବୋଲି ବିଡିଓ ମହାଶୟ କହିଛନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe