Advertisment

ମିଳୁନାହିଁ ଧାନ ବିକ୍ରି ଟଙ୍କା, ‍ବିଷ ବୋତଲ ଧରି ରାସ୍ତାରେ ବସିଲେ ଚାଷୀ

ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଚରମ ନିଷ୍ପତ୍ତି ନେବାକୁ ଚାଷୀ ଚେତାବନୀ ଦେଇଛନ୍ତି।

ଅଦ୍ୟତନ ହୋଇଛି
Strike

Strike

Advertisment

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କଲେ। ଦୁଇ ପଇସା ଅଶାରେ ଅମଳ ଧାନକୁ ସୋସାଇଟରେ ବିକ୍ରି କଲେ। ହେଲେ ସେମାନଙ୍କୁ ମିଳୁନି ଧାନବିକ୍ରି ଟଙ୍କା। ୩ ମାସ ଧରି ନିଜ ପରିଶ୍ରମର ମୂଲ୍ୟ ଅପେକ୍ଷାରେ ରହି ନିରାଶ ହେବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ଚାଷୀ। ବିଷ ବୋତଲ ଧରି ଧାମରା ଜାମୁ ଝାଡ଼ି ରାସ୍ତାର ଚାନ୍ଦିମାଳ ଛକରେ ରାସ୍ତାରୋକ କରିଛନ୍ତି ଚାଷୀ।

Advertisment

ବାସୁଦେବପୁର ଅଞ୍ଚଳର ଚାଷୀମାନେ ଗଦି ସେବା ସମବାୟ ସମିତିରେ ଧାନ ଦେଇଥିଲେ। ଧାନ ଦେବାର କିଛି ଦିନ ଭିତରେ ଟଙ୍କା ମିଳିଯିବ ବୋଲି ସୋସାଇଟିର ସଂପାଦକ କହିଥିଲେ। ହେଲେ ସମିତିରେ ଧାନ ଦେବାର ୩ ମାସ ପରେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ। ସମବାୟ ସମିତିକୁ ଦୌଡ଼ି ଦୌଡ଼ି ଚାଷୀ ନୟାନ୍ତ ହେଲେ ମଧ୍ୟ ସଂପାଦକ ଧରା ଛୁଆଁ ଦେଉ ନାହାନ୍ତି। ଏନେଇ ଚାଷୀମାନେ ଜିଲ୍ଲାପାଳ ଏବଂ ସିଏସଓଙ୍କ ନିକଟରେ ଫେରାଦ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଚାଷୀମାନେ କିଛି ଉପାୟ ନ ପାଇ ବିଷ ବୋତଲ ଧାରି ଆଜି ରାସ୍ତାରୋକ କରିଛନ୍ତି। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଚରମ ନିଷ୍ପତ୍ତି ନେବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।

ଚାଷୀ ଜୟଦେବ ସାହୁ କହିଛନ୍ତି, ୩ ମାସ ହେବ ସୋସାଇଟିକୁ ଧାନ ଦେଲୁଣି, ହେଲେ ଏପର୍ଯ୍ୟନ୍ତ ପଇସା ମିଳିନାହିଁ। ପଇସା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲୁଣି। ଆଜି ମିଳିବ, କାଲି ମିଳିବ ବୋଲି କହୁଛନ୍ତି। ଆମେ ମହାଜନ ପାଖରୁ ପଇସା ଆଣି ଧାନ ଚାଷ କରିଥିଲୁ। ଏବେ ମହାଜନ ଆସି ଆମ ଘରେ ବସୁଛି। ଆମ ପରିବାର କିପରି ଚଳିବ? ଧାନ ପଇସା ନ ମିଳିଲେ ବିଷ ପିଇ ଆତ୍ମହତ୍ୟା କରିବୁ।

Advertisment
Odisha Police Bhadrak News Farmer Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe