Advertisment

ଭଦ୍ରକରୁ ଚୋରି କରିଥିଲେ, ଗଞ୍ଜାମରୁ ଧରାପଡ଼ିଲେ

୭ ମାସ ପରେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି। ଏହି ମାମଲାରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ସୁନୀଲ୍‌ ଓ କୁନା ଦାସଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ଗହଣା କିଣିଥିବା ଗହଣା ଦୋକାନୀ ବାବୁ ଆଚାର୍ଯ୍ୟକୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

Police

Police

Advertisment

ଭଦ୍ରକରୁ ଚୋରି କରିଥିଲେ, ଗଞ୍ଜାମରୁ ଧରାପଡ଼ିଲେ ଦୁଇ ଚୋର। ବାସୁଦେବପୁର ଥାନା ପୁଲିସ୍‌ ଦୁଇ ଚୋରଙ୍କ ସମେତ ଗହଣା ଦୋକାନୀକୁ ଧରିଛି। ଆଜି ଅଭିଯୁକ୍ତଙ୍କୁ ଧରି ପୁଲିସ୍‌ ସିନ୍‌ରିକ୍ରିଏସନ୍‌ କରିଥିବା ଜଣାପଡ଼ିଛି।

Advertisment

୨୦୨୨ ମସିହା ସେପ୍ଟେମ୍ୱର ୧୪ ତାରିଖରେ ବେତଡା ବଜାରରେ ଥିବା ଏକ ପ୍ରତିଷ୍ଠିତ ଗହଣା ଦୋକାନରୁ ଚୋରି ହୋଇଥିଲା। ସକାଳ ପ୍ରାୟ ୯.୪୫ ମିନିଟ୍‌ରେ ହୋଇଥିଲା ଚୋରି। ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ବାସୁଦେବପୁର ଥାନା ପୁଲିସ୍‌ ମାମଲା ରୁଜୁ କରି ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଧରି ଖୋଳତାଡ କରୁଥିଲା।

୭ ମାସ ପରେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି। ଏହି ମାମଲାରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ସୁନୀଲ୍‌ ଓ କୁନା ଦାସଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ଗହଣା କିଣିଥିବା ଗହଣା ଦୋକାନୀ ବାବୁ ଆଚାର୍ଯ୍ୟକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍‌ ୪୮୬ ଗ୍ରାମ ସୁନା ସହ ନଗଦ ୩.୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ଭଦ୍ରକ ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଠପାଲି ସୂଚନା ଦେଇଛନ୍ତି।

Advertisment

ଆଜି ତିନି ଅଭିଯୁକ୍ତଙ୍କୁ ଧରି ଚୋରି ହୋଇଥିବା ଦୋକାନକୁ ନେଇଥିଲା ପୁଲିସ୍‌। ସେଠାରେ ପୁଲିସ୍‌ ସିନ୍‌ରିକ୍ରିଏସନ୍‌ କରିଥିଲା। କେମିତି ଦୋକାନରୁ ଚୋରି କରିଥିଲେ, ତାହାର ଡେମୋ ଦେଖାଇଥିଲେ ଦୁଇ ଚୋର। ତେବେ ବର୍ତ୍ତମାନ ସୁଦ୍ଧା ଆଉ ଜଣେ ଫେରାର ଅଛି। ତାକୁ ଧରିବା ପାଇଁ ପୁଲିସ୍‌ ଚଢ଼ଉ ଜାରି ରଖିଛି।

ରିପୋର୍ଟ-ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

Ganjam Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe