bdk
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକରେ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖା ଦେଇଛି । ଯୁକ୍ତ 3 ବର୍ଷ ପ୍ରଥମ ବର୍ଷର ପ୍ରଥମ ସେମିଷ୍ଟାରକୁ ଅଫଲାଇନ ପରିବର୍ତ୍ତେ ଅନଲାଇନରେ କରିବାକୁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି । ଯାହାକୁ ନେଇ ଭଦ୍ରକ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ ଅଶାନ୍ତି ଦେଖାଦେଇଛି । ଏ ନେଇ ମଧ୍ୟ କଲେଜ ଅଧ୍ୟକ୍ଷ ମାନେ ବିଶ୍ୱବିଦ୍ୟାଳୟର ପରୀକ୍ଷୀ ନିୟନ୍ତ୍ରକୁ ଜଣାଇଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଭଦ୍ରକରେ ଥିବା ସମସ୍ତ ମହାବିଦ୍ୟାଗୁଡ଼ିକରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା ଅପ୍ଲାଇନରେ କରାଯିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏ ନେଇ ଗତ ସେପ୍ଟେମ୍ବର ୩ ତାରିଖରେ କର୍ତ୍ତୃପକ୍ଷ ଚିଠି ମାଧ୍ୟମରେ ସମସ୍ତ କଲେଜକୁ ଅବଗତ କରାଯାଇଛି । ଏହାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଆଶାନ୍ତି ଦେଖାଦେଲାଣି ।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ତିହିଡି ବ୍ଲକ ଅଧିନ ପାଳିଆବିନ୍ଧାସ୍ଥିତ ବିଏନଏମଏ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ବିରୋଧ କରିବା ସହ ଅନଲାଇନରେ ପରୀକ୍ଷା କରିବାକୁ ଦାବି କରିଛନ୍ତି। ଆଡ଼ମିଶନ ପରଠାରୁ ସେମାନେ କ୍ଲାସରେ ପାଠ ପଢ଼ି ନାହାନ୍ତି । ଧର୍ମକୁ ଆଖିଠାର ଭଳି ଅଳ୍ପ କେଇ ଦିନ ଅନଲାଇନ କ୍ଲାସ କରାଯାଇଛି । କରୋନା ପାଇଁ କଲେଜ ବନ୍ଦ ରହୁଥିବାରୁ ଲାଇବ୍ରେରୀ ବହି ଉଠାଇ ପାରି ନଥିବାରୁ ପାଠପଢ଼ାରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି । ପ୍ରଥମ ସେମିଷ୍ଟାର ଅଫଲାଇନ ପରୀକ୍ଷା ପରିବର୍ତ୍ତେ ଅନଲାଇନ୍ ପରୀକ୍ଷା ଦେବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ଅନଲାଇନରେ ପାଠ ପଢାରେ ବହୁ ଅସୁବିଧା ଦେଖାଦେଇଛି । ଗ୍ରାମାଞ୍ଚଳରେ ବସ୍ଗୁଡିକ ସଠିକ ଭାବେ ଚାଲୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଯିବା ଆସିବା ପାଇଁ ଅସୁବିଧା ହେବ । ଅନ୍ୟ ପକ୍ଷରେ ପିଲାମାନେ ରହୁଥିବା ମେସ ଗୁଡିକରେ ଡବଲ ଡୋଜ ଭ୍ୟାକ୍ସିନ ନ ନେଇଥିଲେ ମାଲିକ ମାନେ ରହିବାକୁ ଦେଉ ନାହାଁନ୍ତି । ଏପରି ଗ୍ରାମାଞ୍ଚଳରେ ବିଦ୍ୟୁତ ସମସ୍ୟା ଓ ନେଟୱର୍କ ସମସ୍ୟା ଯୋଗୁଁ ପାଠ ପଢାରେ ବହୁ ସମସ୍ୟା ଦେଖାଦେଇଛି ।
ଏ ସମ୍ପର୍କରେ ସେମାନେ କଲେଜର ଅଧ୍ୟକ୍ଷଙ୍କ ଜରିଆରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଦାବିପତ୍ର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରଦାନ କରିଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ପ୍ରଭାତ କୁମାର ମହାନ୍ତି। କେବଳ ବିଏନଏମଏ କଲେଜର ନୁହେଁ ଏହି ସମସ୍ୟା ଭଦ୍ରକ ବିଭିନ୍ନ ମହାବିଦ୍ୟାଳୟ ପଞ୍ଚାୟତ ମହାବିଦ୍ୟାଳୟ ବାରିକପୁର, ନାଆମୀ ମହାବିଦ୍ୟାଳୟରେ ଏହାକୁ କେନ୍ଦ୍ର କରି ଛାତ୍ର ଅଶାନ୍ତି ଦେଖାଦେଇଛି । ଏହାକୁ ତୁରନ୍ତ ଅଫଲାଇନ ପରିବର୍ତ୍ତେ ଅନଲାଇନ କରିବାକୁ ଦାବି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/bdk.jpg)