Advertisment

ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି; ନିବେଦିତା ଜେନା ଅଧ୍ୟକ୍ଷ

ଭଦ୍ରକ(ପାର୍ଥ ସାରଥୀ ନାୟକ): ସରିଲା ଭୋଟ ଗଣତି । ସ୍ପଷ୍ଟ ହେଲା ଜନମତ । ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି ।  ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ। ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଲେ ନିବେଦିତା । ଏନ୍ଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟି ବିଜେପି ହାତକୁ ଯାଇଛି। ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ  ମତଦାନ ବାଧାପ୍ରାପ୍ତ […]

ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି; ନିବେଦିତା ଜେନା ଅଧ୍ୟକ୍ଷ

dhamnagar nac

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ସରିଲା ଭୋଟ ଗଣତି । ସ୍ପଷ୍ଟ ହେଲା ଜନମତ । ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି ।  ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ। ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଲେ ନିବେଦିତା । ଏନ୍ଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟି ବିଜେପି ହାତକୁ ଯାଇଛି।

Advertisment

ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ  ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ  ହେବାକୁ ଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଧାମନଗର ଏନ୍‌ଏସିର ୨ ନମ୍ବର ୱାର୍ଡର ୩ ନଂ ବୁଥ୍, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍‌ରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ ଗତକାଲି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଗଣତି।

ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଭୋଟ୍ ଗଣତି  ଆରମ୍ଭ ହୋଇଥିଲା।  ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଗଣତି କେନ୍ଦ୍ର ପାଖରେ ଲାଗୁ ହୋଇଛି ୧୪୪ ଧାରା। ଫଳରେ ଗଣତି କେନ୍ଦ୍ର ନିକଟକୁ ୪ ଚକିଆ ଯାନ ଯାତାୟତ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଏହି କଟକଣା ଗତ ରାତି ୯ଟାରୁ ଲାଗୁ ହୋଇଥିବା ବେଳେ  ଆସନ୍ତାକାଲି ସକାଳ ୬ଟା ଯାଏ ବଳବତ୍ତର ରହିବ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe