Advertisment

କବାଡ଼ି ଦୋକାନରେ ବିସ୍ଫୋରଣ; ଜଣେ ମୃତ, ଜଣେ ଗୁରୁତର

ଚାନ୍ଦବାଲି(ବାସୁଦେବ ଦାସ): ): ଭଦ୍ରକ ଜିଲ୍ଲା ଧାମରା ବଜାରର ଏକ କବାଡ଼ି ଦୋକାନରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ଆଉ ଜଣେ ଗୁରୁତର  ହୋଇଛନ୍ତି।  ମୃତକ ହେଲେ ହରିପଦ ରଣଆ। ଗୁରୁତର ଆହତ ଅହମଦ ଅଲି ସାହାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ସତ୍ୟବାନ କାମିଦିଆଙ୍କ କବାଡି ଦୋକାନରେ ହରିପଦ ରଣଆ ଓ ଅହମଦ ଅଲି ସାହା କାମ କରୁଥିଲେ।  ସତ୍ୟବାନ ନିଜ ଦୋକାନରେ ଅନୁପସ୍ଥିତ […]

ଅଦ୍ୟତନ ହୋଇଛି
କବାଡ଼ି ଦୋକାନରେ ବିସ୍ଫୋରଣ; ଜଣେ ମୃତ, ଜଣେ ଗୁରୁତର

Blast

Advertisment

ଚାନ୍ଦବାଲି(ବାସୁଦେବ ଦାସ): ): ଭଦ୍ରକ ଜିଲ୍ଲା ଧାମରା ବଜାରର ଏକ କବାଡ଼ି ଦୋକାନରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ଆଉ ଜଣେ ଗୁରୁତର  ହୋଇଛନ୍ତି।  ମୃତକ ହେଲେ ହରିପଦ ରଣଆ। ଗୁରୁତର ଆହତ ଅହମଦ ଅଲି ସାହାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Advertisment

ଗତକାଲି ସନ୍ଧ୍ୟା ସମୟରେ ସତ୍ୟବାନ କାମିଦିଆଙ୍କ କବାଡି ଦୋକାନରେ ହରିପଦ ରଣଆ ଓ ଅହମଦ ଅଲି ସାହା କାମ କରୁଥିଲେ।  ସତ୍ୟବାନ ନିଜ ଦୋକାନରେ ଅନୁପସ୍ଥିତ ଥିବା ବେଳେ ହରିପଦ ଓ ଅହମଦ ଗ୍ୟାସ୍‌ କଟର ସାହାଯ୍ୟରେ ଏକ ଜିନିଷ କାଟୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଉକ୍ତ ସମୟରେ ହଠାତ୍‌ କଟା ଯାଉଥିବା ଜିନିଷଟି ଫାଟି ଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା।

[caption id="attachment_728981" align="aligncenter" width="650"]blast ବିସ୍ଫୋରଣ ଘଟିଥିବା ସ୍ଥାନରେ ରୁଣ୍ଡ ହୋଇଛନ୍ତି ଲୋକେ।[/caption]

Advertisment

ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା  ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା । ଏହି   ବିସ୍ଫୋରଣ ଯୋଗୁ ଉଭୟ  ହରିପଦ ଓ ଅହମଦ ଗୁରୁତର ହୋଇଥିଲେ।  ଉଭୟଙ୍କୁ ତୁରନ୍ତ  ଧାମରା ସରକାରୀ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ  ହରିପଦଙ୍କ ମୃତ୍ୟୁ ହୋଇଥିଲା।  ଆଇମତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

ଘଟଣା ସ୍ଥଳରେ ଧାମରା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କଟା ଯାଉଥିବା ଜିନିଷଟି ଫାଟିଯିବାରୁ ଏପରି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ୍‌ କହିଛି। ପୁଲିସ୍‌ ଉକ୍ତ କବାଡ଼ି ଦୋକାନକୁ ସିଲ୍‌ କରିଥିବା ବେଳେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବ । ଏହାପରେ ଘଟଣା ସ୍ପଷ୍ଟ ହେବ ବୋଲି କହିଛନ୍ତି ପୁଲିସ୍‌ ଅଧିକାରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe