ଫସାଇ ଦେଲା ବିନା ମାସ୍କ ଓ ହେଲମେଟ୍, ଜବତ ହେଲା ୧ କୋଟି ଟଙ୍କାର ବ୍ରାଉନସୁଗାର

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିନା ମାସ୍କ ଓ ହେଲମେଟରେ ଗାଡ଼ି ଚଳାଉଥିଲେ। ଧରା ନେଲା ପୁଲିସ। ଆଉ ଚେକିଂ କରୁ କରୁ ବାହାରିଲା ବିପୁଳ ପରିମାଣର ବ୍ରାଉନ୍ ସୁଗର। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ମିଳିଛି ଏହି ସଫଳତା। ପୁଲିସ୍ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ […]

brown-sugar

Ranjit Kumar Jena
  • Published: Wednesday, 27 October 2021
  • , Updated: 27 October 2021, 09:30 PM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିନା ମାସ୍କ ଓ ହେଲମେଟରେ ଗାଡ଼ି ଚଳାଉଥିଲେ। ଧରା ନେଲା ପୁଲିସ। ଆଉ ଚେକିଂ କରୁ କରୁ ବାହାରିଲା ବିପୁଳ ପରିମାଣର ବ୍ରାଉନ୍ ସୁଗର। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ମିଳିଛି ଏହି ସଫଳତା। ପୁଲିସ୍ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି।

ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ ଗ୍ରାମାଞ୍ଚଳ ପୁଲିସ ଚେକିଂ ଚାଲିଥିଲା। ତେବେ ପୂର୍ବରୁ ବ୍ରାଉନସୁଗର ଚାଲାଣ ବିଷୟରେ ପୁଲିସ ଖବର ପାଇଥିଲା। ଏହି ସମୟରେ ଦୁଇ ଜଣ ଏକ ବାଇକରେ ବିନା ମାସ୍କ ଓ ବିନା ହେଲମେଟରେ ଆସୁଥିବା ଦେଖି ପୁଲିସ ମାଡି ବସିଥିଲା। ପରେ ପୁଲିସ ଉଭୟଙ୍କୁ କାବୁ କରି ଚେକିଂ କରିଥିଲା। ଚେକିଂ କରୁ କରୁ ଦୁଇ ଜଣଙ୍କ ନିକଟରୁ ମିଳିଥିଲା ବିପୁଳ ପରିମାଣର ବ୍ରାଉନସୁଗର।

ଜବତ ବ୍ରାଉନ ସୁଗାରର ପରିମାଣ ୧ କିଲୋ ୩୦ ଗ୍ରାମ ହେବ। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩ ଲକ୍ଷ ଟଙ୍କା ବୋଲି ଭଦ୍ରକ ଏସପି ଚରଣ ସିଂ ମିନା ସୂଚନା ଦେଇଛନ୍ତି। ବ୍ରାଉନ୍ ସୁଗର ଚାଲାଣ ବେଳେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁର ଅଞ୍ଚଳର ଶ୍ରୀକାନ୍ତ ପ୍ରଧାନ ଓରଫ ବଡ଼ପୁର ଓ ଅରୁଣ ସେଠି।

ତେବେ ସେମାନେ କେଉଁ ଠାରୁ ଏତେ ପରିମାଣର ବ୍ରାଉନସୁଗର ଆଣିଥିଲେ ଓ କେଉଁ ସ୍ଥାନକୁ ନେଇ ଯାଉଥିଲେ। ସେ ନେଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି। ଏହି ବ୍ରାଉନସୁଗାର ଜଳେଶ୍ୱରରୁ ଗଣିଜାଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି।

Related story