ଭଦ୍ରକ(ଓଡ଼ିଶା ରିପୋର୍ଟର): ବ୍ରାଉନ ସୁଗର ଜବତ କଲା ଅବକାରୀ ଗୁଇନ୍ଦାର ସ୍ୱତନ୍ତ୍ର ଟିମ । ଭଦ୍ରକ ସହର ବନ୍ତ ଛକ ଠାରେ ଜଣେ ଯୁବକ ବ୍ରାଉନ ସୁଗର ଧରି ଠିଆ ହୋଇ ଥିବା ବେକେ ଅବକାରୀ ଗୁଇନ୍ଦା ସ୍ୱତନ୍ତ୍ର ଟିମ ତାଙ୍କୁ କାବୁ କରିଛି । ସମ୍ପୃକ୍ତ ଯୁବକଙ୍କ ଠାରୁ ୧୪ ଲକ୍ଷ ଟଙ୍କର ବ୍ରାଉନ ସୁଗର ଜବତ ହୋଇଛି । ଗିରଫ ଯୁବକଙ୍କ ନାମ ଗଣେଶ ପଣ୍ଡା ।
ତାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଂଜି ଗାଁରେ । ସେହିପରି ସେହି ବନ୍ତ ଛକ ଠାରେ ଆଉ ଜଣେ ଯୁବକ ୧୪ ପେଟି ମଦ ନେଇ ଯାଉଥିଲା ବେଳେ ତାଙ୍କୁ ମଧ୍ୟ ଏହି ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି । ଗିରଫ ଯୁବକ ହେଲେ ବାସୁଦେବପୁର ଅଂଚଳର ବୈକୁଣ୍ଠ ଦାସ । ସେ ବେଆଇନ ଭାବେ ଏହି ମଦ କରବାର କରୁଥିଲେ । ତେବେ କଟକ ସ୍ଥିତ ଅବକାରୀ ବିଭାଗର କେନ୍ଦ୍ରୀୟ ଗୁଇନ୍ଦା ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖି ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶୋଇଥିବା ବେଳେ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୨୦ ହଜାର ଟଙ୍କା ଗାଏବ
ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି।
Politics
୪ରେ ବିଜେପିରେ ମିଶିବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
ଗତ ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର।
Crime
ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଦିଷ୍ଟ ପିଲାଙ୍କୁ ଦିଆଯାଉଥିଲା କପି, ପ୍ରତିବାଦ କରିବାରୁ ପରୀକ୍ଷାର୍ଥୀଙ୍କୁ ମାଡ଼
ପରୀକ୍ଷା ସରିବା ପରେ କପିକୁ ବିରୋଧ କରିଥିବା ଛାତ୍ରଙ୍କୁ କପି ପାଇଥିବା ଛାତ୍ର ଓ ସେମାନଙ୍କ ଅଭିଭାବକମାନେ ପିଟିଥିବା ଅଭିଯୋଗ ହୋଇଛି।