୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଭଦ୍ରକ(ଓଡ଼ିଶା ରିପୋର୍ଟର): ବ୍ରାଉନ ସୁଗର ଜବତ କଲା ଅବକାରୀ ଗୁଇନ୍ଦାର ସ୍ୱତନ୍ତ୍ର ଟିମ । ଭଦ୍ରକ ସହର ବନ୍ତ ଛକ ଠାରେ ଜଣେ ଯୁବକ ବ୍ରାଉନ ସୁଗର ଧରି ଠିଆ ହୋଇ ଥିବା ବେକେ ଅବକାରୀ ଗୁଇନ୍ଦା ସ୍ୱତନ୍ତ୍ର ଟିମ ତାଙ୍କୁ  କାବୁ କରିଛି । ସମ୍ପୃକ୍ତ ଯୁବକଙ୍କ ଠାରୁ ୧୪ ଲକ୍ଷ ଟଙ୍କର ବ୍ରାଉନ ସୁଗର ଜବତ ହୋଇଛି  । ଗିରଫ ଯୁବକଙ୍କ ନାମ ଗଣେଶ ପଣ୍ଡା । ତାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା […]

7012

Tapas Behera
  • Published: Tuesday, 01 June 2021
  • , Updated: 01 June 2021, 05:56 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ବ୍ରାଉନ ସୁଗର ଜବତ କଲା ଅବକାରୀ ଗୁଇନ୍ଦାର ସ୍ୱତନ୍ତ୍ର ଟିମ । ଭଦ୍ରକ ସହର ବନ୍ତ ଛକ ଠାରେ ଜଣେ ଯୁବକ ବ୍ରାଉନ ସୁଗର ଧରି ଠିଆ ହୋଇ ଥିବା ବେକେ ଅବକାରୀ ଗୁଇନ୍ଦା ସ୍ୱତନ୍ତ୍ର ଟିମ ତାଙ୍କୁ  କାବୁ କରିଛି । ସମ୍ପୃକ୍ତ ଯୁବକଙ୍କ ଠାରୁ ୧୪ ଲକ୍ଷ ଟଙ୍କର ବ୍ରାଉନ ସୁଗର ଜବତ ହୋଇଛି  । ଗିରଫ ଯୁବକଙ୍କ ନାମ ଗଣେଶ ପଣ୍ଡା ।

ତାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଂଜି ଗାଁରେ । ସେହିପରି ସେହି ବନ୍ତ ଛକ ଠାରେ ଆଉ ଜଣେ ଯୁବକ ୧୪ ପେଟି ମଦ ନେଇ ଯାଉଥିଲା ବେଳେ ତାଙ୍କୁ ମଧ୍ୟ ଏହି ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି । ଗିରଫ ଯୁବକ ହେଲେ ବାସୁଦେବପୁର ଅଂଚଳର ବୈକୁଣ୍ଠ ଦାସ । ସେ ବେଆଇନ ଭାବେ ଏହି ମଦ କରବାର କରୁଥିଲେ । ତେବେ କଟକ ସ୍ଥିତ ଅବକାରୀ ବିଭାଗର କେନ୍ଦ୍ରୀୟ ଗୁଇନ୍ଦା ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖି ଥିଲା।

Related story