Advertisment

ଡାକ୍ତରଖାନା ଯାଉଥିଲେ ଦମ୍ପତି, ଟ୍ରକ୍ ଧକ୍କାରେ ଚାଲିଗଲା କୋଳରେ ଥିବା ୨ବର୍ଷର ଶିଶୁ ଜୀବନ

ବାପ ଘରେ ପୁଅର ଦେହ ଅସୁସ୍ଥ ହେବାରୁ ତାକୁ ଡାକ୍ତରଖାନା ନେଇ ବାହାରିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Mother

Mother

୨ ବର୍ଷର ଶିଶୁପୁତ୍ରକୁ ଧରି ସ୍ୱାମୀଙ୍କ ସହ ବାପଘରକୁ ବୁଲିବାକୁ ଆସିଥିଲେ ମହିଳା। ବାପ ଘରେ ପୁଅର ଦେହ ଅସୁସ୍ଥ ହେବାରୁ ତାକୁ ଡାକ୍ତରଖାନା ନେଇ ବାହାରିଥିଲେ। ହେଲେ ବାଟରେ ଚାହିଁ ବସିଥିବା ଅକାଳ ମୃତ୍ୟୁ ଶିଶୁପୁତ୍ରର ଜୀବନ ନେଇଗଲା। ଆଜି ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାର ପୁରୁଣା ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଏକ ଟ୍ରକ ଚାପାରେ ଏହି ଶିଶୁର ମୃତ୍ୟୁ ହୋଇଛି। ମୃତକ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆର ଶୁକଦେବ ମଣ୍ତଳଙ୍କ ଶିଶୁପୁତ୍ର।

Advertisment

ସେ ତାଙ୍କ ପତ୍ନୀ ଓ ପୁଅକୁ ଧରି ବାସୁଦେବପୁର ବିନୋବାଭାବେ ନଗର ସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ। ସେଠାରେ ହଠାତ୍ ଶିଶୁଦେହ ଅସୁସ୍ଥ ହେବାରୁ ତାକୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ବାଇକ୍‌ରେ ନେଇ ଯାଉଥିଲେ।

ବାଟରେ ଏକ ଟ୍ରକ ଧକ୍କା ଦେବାରୁ ସମସ୍ତେ ବାଇକ୍‌ରୁ ପଡ଼ି ଯାଇଥିଲେ। ଟ୍ରକ୍ ଚାପାରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଯେତେବେଳେ କି ବାପ, ମା’ ଆହତ ହୋଇଥିଲେ।

Advertisment

ଅଘଟଣ ପରେ କ୍ଷତିପୂରଣ ଦାବି କରି ଧାମରା-ଜାମୁଝାଡି ରାସ୍ତାରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଜନଗହଳି ସମୟରେ ବାସୁଦେବପୁର ବଜାର ଦେଇ ଭାରିଯାନ ଚଳାଚଳ ବନ୍ଦ କରାଯାଉନଥିବାରୁ ଏଭଳି ବଡ଼ ଅଘଟଣ ଘଟିଲା ବୋଲି ଲୋକେ ଅଭିଯୋଗ କରିଥିଲେ। ପ୍ରଶାସନର ଦାୟିତ୍ୱହୀନତାରୁ ଏହି ପ୍ରାଣହାନୀ ହୋଇଥିବାରୁ କ୍ଷତିପୂରଣ ଦାବି କରିଥିଲେ।

ଖବର ପାଇ ଘଟଣାସ୍ଥଳରେ ବାସୁଦେବପୁର ତହସିଲଦାର ଏବଂ ବାସୁଦେବପୁର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ବାସୁଦେବପୁର ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

Bhadrak Road Accident Accidental Death