Advertisment

ଦିନେ ପ୍ରଶଂସାରେ ପୋତି ପକାଉଥିଲେ, ଏବେ ଭୁଲିଗଲେ ସରକାର

ଭଦ୍ରକ(ପାର୍ଥ ସାରଥୀ ନାୟକ): ହାତରେ ଭିକ୍ଷା ଥାଳକୁ ଦେହରେ କୋଭିଡ଼ ଯୋଦ୍ଧା ପୋଷାକ। ଏପରି ପରିପାଟିରେ ଭଦ୍ରକ ସହରର ଗଳିକନ୍ଦି ବୁଲି ଭିକ୍ଷା ବୃତ୍ତି କରୁଛନ୍ତି ଅଶ୍ୱିନୀ ପାଢି। ଯିଏ ଯାହା ଦେଲା ସେଥିରେ ସନ୍ତୁଷ୍ଟ।  ଆବଶ୍ୟକ ସ୍ଥଳେ ନେଲେ, ହେଲେ କାମ ସରିଗଲା ପରେ ସରକାର ବିଦା କଲେ । ତେଣୁ ପରିବାର ପୋଷିବାକୁ ଏପରି ବାଟ ଆପଣାଇଥିବା କହିଛନ୍ତି କୋଭିଡ ଯୋଦ୍ଧା ଅଶ୍ୱିନୀ ପାଢି। ସ୍ଥାୟୀ ନିଯୁକ୍ତି ଦାବିରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି […]

ଅଦ୍ୟତନ ହୋଇଛି
ଦିନେ ପ୍ରଶଂସାରେ ପୋତି ପକାଉଥିଲେ, ଏବେ ଭୁଲିଗଲେ ସରକାର

Kovid-Yodha

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ହାତରେ ଭିକ୍ଷା ଥାଳକୁ ଦେହରେ କୋଭିଡ଼ ଯୋଦ୍ଧା ପୋଷାକ। ଏପରି ପରିପାଟିରେ ଭଦ୍ରକ ସହରର ଗଳିକନ୍ଦି ବୁଲି ଭିକ୍ଷା ବୃତ୍ତି କରୁଛନ୍ତି ଅଶ୍ୱିନୀ ପାଢି। ଯିଏ ଯାହା ଦେଲା ସେଥିରେ ସନ୍ତୁଷ୍ଟ।  ଆବଶ୍ୟକ ସ୍ଥଳେ ନେଲେ, ହେଲେ କାମ ସରିଗଲା ପରେ ସରକାର ବିଦା କଲେ । ତେଣୁ ପରିବାର ପୋଷିବାକୁ ଏପରି ବାଟ ଆପଣାଇଥିବା କହିଛନ୍ତି କୋଭିଡ ଯୋଦ୍ଧା ଅଶ୍ୱିନୀ ପାଢି। ସ୍ଥାୟୀ ନିଯୁକ୍ତି ଦାବିରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ଏହି ପାରାମେଡିକାଲ ଷ୍ଟାଫ।

Advertisment

ପୂର୍ବରୁ ଫାର୍ମସିଷ୍ଟ ପାଠ ପଢ଼ିଥିବା ଅଶ୍ୱିନୀ ଦୀର୍ଘ ଦିନ ଧରି ସାମ୍ବାଦିକତା କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ କରୋନା ସମୟରେ ସରକାରଙ୍କ ଡାକରାରେ ସେ କିଛି ନ ଭାବି ସମ୍ମୁଖ ଯୋଦ୍ଧା ଭାବେ କାମ କଲେ। ଦୀର୍ଘ ୧୦ ମାସ କରୋନା ଯୋଦ୍ଧା ଭାବେ ମରଣ ମୁହଁରେ କାମ କରିବା ପରେ ସରକାର କିନ୍ତୁ ତାଙ୍କ ଦୁଃଖ ଶୁଣିଲେ ନାହିଁ।

ଏନେଇ ଅଶ୍ୱିନୀ କହିଛନ୍ତି, ୧୦ ମାସ ଧରି ପ୍ରତି ମୁହୁର୍ତ୍ତରେ ମରଣକୁ ପାଖରୁ ଦେଖିଲୁ। ଜୀବନ ଓ ଜୀବିକାକୁ ପଛରେ ପକାଇ କୋଭିଡ ସହ ଲଢିଲୁ । ୧୦ ଘଣ୍ଟା, ୧୨ ଘଣ୍ଟା କାମ କଲୁ। ନିଜେ ସଂକ୍ରମିତ ହେଲୁ , ପରିବାରକୁ ସଂକ୍ରମିତ କଲୁ।  କୋରନା ଯୋଦ୍ଧା କହି ସରକାର ପ୍ରଶଂସା ଓଜାଡି ପକାଇଲେ । ହେଲେ କରୋନା ଯିବା ପରେ ଭୁଲି ଗଲେ, ଚାକିରିରୁ ବିତାଡିତ କଲେ । ସ୍ଥାୟୀ ନିଯୁକ୍ତି ପାଇଁ  ଦୀର୍ଘ ଦିନର ପ୍ରତିବାଦ ସତ୍ତ୍ୱେ କେହି ଶୁଣିଲେ ନାହିଁ। ତେଣୁ ପରିବାର ପୋଷିବାକୁ ଭିକ୍ଷା ବୃତ୍ତି କରୁଛି। ”

Advertisment

ଏଥିସହ ସେ କହିଛନ୍ତି,  ଭଦ୍ରକରେ ସାମ୍ବାଦିକତା କରୁଥିଲି। ଗତ ମାର୍ଚ୍ଚରେ ଫାର୍ମାସିଷ୍ଟ ଭାବେ ସରକାର କୋଭିଡ଼ ଯୋଦ୍ଧା ଭାବେ ନେଲେ। ପ୍ରଥମେ ୩ ମାସ ପାଇଁ ନେଲେ। ପରେ ତାହା ୬ ମାସ ହେଲା। ତାହା ବଢ଼ି ୯ ମାସ ଓ ପରେ ୧୦ ମାସରେ ପହଞ୍ଚିଲା।  ସେଠାରୁ ଫେରିବା ପରେ ପୁରୁଣା ବୃତ୍ତି ହରେଇ ବସିଲୁ। ଆଉ କିଛି ବୃତ୍ତି ନାହିଁ। ତେଣୁ ପରିବାର ପୋଷିବାକୁ ଭିକ୍ଷା ବୃତ୍ତି କରୁଛୁ। ଆମକୁ ପୁଃନ ଥଇଥାନ କରନ୍ତୁ ।  ହେଲେ ସରକାର ଆମ ଡାକ ଶୁଣୁ ନାହାନ୍ତି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe