ବିବାହ ଲଗ୍ନ ବେଳେ କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଂଘନରୁ ପିଟାମରା

ଭଦ୍ରକ(ଓଡ଼ିଶା ରିପୋର୍ଟର): ଏକ ବିବାହ ଲଗ୍ନ ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ତିନି ଭାଇଙ୍କ ସମେତ ଜଣେ ମହିଳାଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ୪ଜଣ ବର୍ତ୍ତମାନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଧୁଷୁରୀ ଥାନାରେ ଅଭିଯୋଗ ପରେ ଧୁଷୁରୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଧୁଷୁରୀ ଥାନା ଅଧିନ ନିଧିବିନ୍ଧା ଗାଁରେ ଲକ୍ଷ୍ମୀଧିର ବାରିକଙ୍କର ପରିବାର ପକ୍ଷରୁ ଏକ ବିବାହ ଲଗ୍ନ ପୁଲିସ କାର୍ଯ୍ୟ ଚାଲୁଥିଲା […]

Tapas Behera
  • Published: Wednesday, 12 May 2021
  • , Updated: 12 May 2021, 03:32 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଏକ ବିବାହ ଲଗ୍ନ ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ତିନି ଭାଇଙ୍କ ସମେତ ଜଣେ ମହିଳାଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ୪ଜଣ ବର୍ତ୍ତମାନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଧୁଷୁରୀ ଥାନାରେ ଅଭିଯୋଗ ପରେ ଧୁଷୁରୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଧୁଷୁରୀ ଥାନା ଅଧିନ ନିଧିବିନ୍ଧା ଗାଁରେ ଲକ୍ଷ୍ମୀଧିର ବାରିକଙ୍କର ପରିବାର ପକ୍ଷରୁ ଏକ ବିବାହ ଲଗ୍ନ ପୁଲିସ କାର୍ଯ୍ୟ ଚାଲୁଥିଲା ।

ଏହି ପୁଲିସ ସମୟରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ୫୦ ଜଣରୁ ଅଧିକ ଲୋକ ଗହଳି ହେଉଥିବାରୁ ମଙ୍ଗରାଜ ସାହୁଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।

ଏହାକୁ ବିରୋଧ କରିବାରୁ କିଛି ଲୋକମାନେ ମଙ୍ଗରାଜଙ୍କ ପରିବାର ଲୋକଙ୍କ ଉପରକୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ତରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମଙ୍ଗରାଜ ସାହୁ, ତାଙ୍କ ଦୁଇ ଭାଇ ଓ ଜଣେ ମହିଳା ଏଥିରେ ଗୁରୁତର ହୋଇଛନ୍ତି । ଧୁଷୁରୀ ପୁଲିସ ୮ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related story