ହୋସ୍‌ ଉଡ଼ାଇ ଦେଲା ୟାସ୍‌

ଭଦ୍ରକ( ପାର୍ଥସାରଥୀ ନାୟକ): କ୍ଷତ ଭରିଦେଲା ବାତ୍ୟା ୟାସ୍‌ । କେଉଁଠି ଗଛ ଭାଙ୍ଗିଲା ତ’ କେଉଁଠି ବିଦ୍ୟୁତ୍‌ ଖୁଣ୍ଟିକୁ ତଳେ ସୁଆଇଦେଲା । ଆଉ କେଉଁଠି କାରକୁ ପାଣିରେ ଭସେଇଲା ଓ ଘର ଗୁଡିକୁ ପାଣିରେ ବୁଡ଼ାଇଦେଲା । ଏମିତି ସ୍ଥିତି ଏବେ ଭଦ୍ରକ ଜିଲ୍ଲା ରେ ବାତ୍ୟା ୟାସ୍ ପରେ ଦେଖିବା ପାଇଁ ମିଳିଛି । ବାତ୍ୟା ୟାସ୍‌ ବାରମ୍ବାର ଦିଗ ବଦଳାଇଥିଲା । ପାଣିପାଗ ବିଭାଗର ପ୍ରାଥମିକ ଆକଳନରେ ଭଦ୍ରକ ଜିଲ୍ଲା ଧାମରାରୁ […]

700

700

Tapas Behera
  • Published: Wednesday, 26 May 2021
  • Updated: 26 May 2021, 05:04 PM IST

Sports

Latest News

ଭଦ୍ରକ( ପାର୍ଥସାରଥୀ ନାୟକ): କ୍ଷତ ଭରିଦେଲା ବାତ୍ୟା ୟାସ୍‌ । କେଉଁଠି ଗଛ ଭାଙ୍ଗିଲା ତ’ କେଉଁଠି ବିଦ୍ୟୁତ୍‌ ଖୁଣ୍ଟିକୁ ତଳେ ସୁଆଇଦେଲା । ଆଉ କେଉଁଠି କାରକୁ ପାଣିରେ ଭସେଇଲା ଓ ଘର ଗୁଡିକୁ ପାଣିରେ ବୁଡ଼ାଇଦେଲା । ଏମିତି ସ୍ଥିତି ଏବେ ଭଦ୍ରକ ଜିଲ୍ଲା ରେ ବାତ୍ୟା ୟାସ୍ ପରେ ଦେଖିବା ପାଇଁ ମିଳିଛି । ବାତ୍ୟା ୟାସ୍‌ ବାରମ୍ବାର ଦିଗ ବଦଳାଇଥିଲା । ପାଣିପାଗ ବିଭାଗର ପ୍ରାଥମିକ ଆକଳନରେ ଭଦ୍ରକ ଜିଲ୍ଲା ଧାମରାରୁ ବାସୁଦେବପୁର ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥାନ୍ତା ବାତ୍ୟା ୟାସ୍‌ । କିନ୍ତୁ ପୁଣି ଦିଗ ବଦଳାଇ ଭଦ୍ରକ ଜିଲ୍ଲାରେ ସିନା ଲ୍ୟାଣ୍ଡଫଲ କରିଲା ନାହିଁ  କିନ୍ତୁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ପ୍ରଭୁତ କ୍ଷୟକ୍ଷତି କରିଛି । ଧାମରା , ଚାନ୍ଦବାଲି , ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷତିର ସୂଚନା ମିଳିଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ଆବଶ୍ୟକ ପଦକ୍ଷେପ ପାଇଁ ଜୀବନ ହାନି ହୋଇ ନାହିଁ । ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୁର୍ଣ ଜିଲ୍ଲାରୁ ୧ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି ।

ସ୍ଥାନାନ୍ତର ପରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ଅନେକ ସ୍ଥାନରେ ଗଛ ପଡିଛି । ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ମାଟି ଛୁଇଁଛି । ଅନେକ ସ୍ଥାନରେ ଘର ଉପରେ ଗଛ ପଡିଥିବା ବେଳେ ବର୍ଷା ଯୋଗୁଁ ବହୁ ଅଂଚଳରେ ଘର ଗୁଡିକ ଜଳମଗ୍ନ ହୋଇଛି। ତିହିଡି ବ୍ଲକ ଗୁଆମାଳ ଠାରେ ଗଛ ପଡି ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ଭାଙ୍ଗି ରାସ୍ତା ଅବରୋଧ ହାଇଥିଲା । ଭଦ୍ରକ ସହରର ୧୮ନମ୍ବର ୱାର୍ଡରେ ବର୍ଷାରେ ବାଟ ନ ପାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେହିପରି ପ୍ରାୟ ୭ଟି ବ୍ଲକର ତଳିଆ ଅଞ୍ଚଳରେ ବର୍ଷା ପାଣି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ତେବେ ଜିଲ୍ଲାରେ ମୁତୟନ ହୋଇଥିବା ୧୫ ପ୍ଲାଟୁନ ପୁଲିସ ଫୋର୍ସ ସହ ସମସ୍ତ ଥାନାର କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ସେହିପରି ୧୦ ଏନଡିଆରଏଫ ଟିମ ,୩ ଓଡ୍ରାଫ ଟିମ ଓ ୨୦ ଅଗ୍ନିଶମ ବାହିନୀ ଏବେ ଗଛ କାଟିବା ଓ ରାସ୍ତା ସଫା କରିବା କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ବିଭାଗ ତତ୍ପର ହୋଇ ଉଠିଛି  । ପାଣି ଜମିଥିବା ସ୍ଥାନରୁ ବର୍ଷାଜଳ ନିଷ୍କାସନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ଏମିତି ସମୟରେ ପିଇବା ପାଣି ଯୋଗାଇବା ସହ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବା ଅଞ୍ଚଳରେ ଜେନେରେଟର ଓ ଅନ୍ୟ ବିକଳ୍ପ ବ୍ୟବସ୍ଥା କରି ଅଲୋକୀକରଣ ପାଇଁ ଚେଷ୍ଟା ଆରମ୍ଭ ହୋଇଛି । ତେବେ କ୍ଷୟକ୍ଷତିର ଆକଳନ ପରେ ଜିଲ୍ଲାରେ କେତେ ମାତ୍ର ରେ କ୍ଷତି କରିଛି ୟାସ୍‌ ତାହା ସ୍ପଷ୍ଠ ହେବ। ତେବେ ଜିଲ୍ଲାପାଳ କହିଛନ୍ତି ବିଦ୍ୟୁତ ସଂଯୋଗ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଯଥା ଶୀଘ୍ର କାର୍ଯ୍ୟ ସରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story