Advertisment

ଗର୍ଭବତୀ ଥିଲେ ପ୍ରଜ୍ଞାସିନୀ, ସେ କଥା ସେମାନେ ବୁଝିଲେନି...

ଭଦ୍ରକ(ପାର୍ଥ ସାରଥୀ ନାୟକ) ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତିଙ୍କ ଗର୍ଭବତୀ ଝିଅ ପ୍ରଜ୍ଞାସିନୀ ମହାନ୍ତିଙ୍କୁ ଯୋଜନାବଦ୍ଧ ଭାବେ ସ୍ୱାମୀ  ସମେତ ପରିବାର ଲୋକେ ହତ୍ୟା କରିଥିବା ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଏନେଇ  ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧରେ ପୁଲିସ ସ୍ୱାମୀକୁ ଅଟକ କରି ଥାନାରୁ ୪୧ ସିଆରପିସିରେ ବେଲରେ ଛାଡିଥିବାରୁ ପ୍ରଜ୍ଞାସିନୀଙ୍କ ବାପଘର ଲୋକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ […]

ଅଦ୍ୟତନ ହୋଇଛି
ଗର୍ଭବତୀ ଥିଲେ ପ୍ରଜ୍ଞାସିନୀ, ସେ କଥା ସେମାନେ ବୁଝିଲେନି...

898

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ) ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତିଙ୍କ ଗର୍ଭବତୀ ଝିଅ ପ୍ରଜ୍ଞାସିନୀ ମହାନ୍ତିଙ୍କୁ ଯୋଜନାବଦ୍ଧ ଭାବେ ସ୍ୱାମୀ  ସମେତ ପରିବାର ଲୋକେ ହତ୍ୟା କରିଥିବା ଭଦ୍ରକଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଏନେଇ  ମାମଲା ମଧ୍ୟ ରୁଜୁ ହୋଇଛି ।

Advertisment

ତେବେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧରେ ପୁଲିସ ସ୍ୱାମୀକୁ ଅଟକ କରି ଥାନାରୁ ୪୧ ସିଆରପିସିରେ ବେଲରେ ଛାଡିଥିବାରୁ ପ୍ରଜ୍ଞାସିନୀଙ୍କ ବାପଘର ଲୋକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାରେ ସବିଶେଷ ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପରିବାର ଲୋକେ ଫେରାଦ୍ ହୋଇଥିବା ଜଣାଯାଇଛି ।

ସୂଚନା ମୁତାବକ, ୨୦୧୮ ମସିହା ଡିସେମ୍ବର ମାସରେ ପୀରହାଟ ଥାନାଧିନ ମାଲପୁର ଗ୍ରାମର ପ୍ରଜ୍ଞାସିନୀ ମହାନ୍ତି ସହିତ କେନ୍ଦୁଝରଜିଲ୍ଲା ନନ୍ଦୀପଦା ଥାନା ଅଧିନସ୍ଥ ଅଁରା ଗ୍ରାମର ଖଗେଶ୍ୱର ଜେନାଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଯୌତୁକ ଦାବି ମୁତାବକ ସୁନା ଗହଣା ଓ ଅନ୍ୟାନ୍ୟ ସମସ୍ତ ଜିନିଷ ପ୍ରଦାନ କରାଯାଇଥିଲା । ବିବାହର କିଛି ମାସ ପରେ ସ୍ୱାମୀ ସମେତ ପରିବାର ଲୋକେ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହିତ ଅଧିକ ଯୌତୁକ ଆଣିବା ପାଇଁ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ ।

Advertisment

ପ୍ରଜ୍ଞାସିନୀଙ୍କ ବାପାର ଆର୍ଥିକ ଅବସ୍ଥା ଭଲ ନଥିଲା। ହେଲେ ତାଙ୍କ ଶାଶୁଘର ପକ୍ଷରୁ ବାରମ୍ବାର ଦାବି କରାଯାଉଥିବା ଅର୍ଥ ଯୋଗାଇବାରେ ଅକ୍ଷମତା ପ୍ରକାଶ କରିବାରୁ ଝିଅକୁ ମାଡ଼ ଗାଳି ସହ ଅପମାନିତ ହେବାକୁ ପଡୁଥିଲା । ପ୍ରଜ୍ଞାସିନୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପାଳିଆବିନ୍ଧା ଶାଖାରେ ଚାକିରି କରୁଥିଲେ। ତାଙ୍କ ଦରମା ଟଙ୍କା, ଏଟିଏମ୍ ଓ ବୀମା କାଗଜ ପତ୍ର ସବୁ ସ୍ୱାମୀ ପାଖରେ ରହୁଥିଲା । ଯିବା ଆସିବା ଖର୍ଚ୍ଚ ବାବଦକୁ ତାକୁ ମାସିକ ମାତ୍ର ଦୁଇ ହଜାର ଟଙ୍କା ଦିଆଯାଉଥିଲା । କିଛିଦିନ ପରେ ଝିଅ ଓ ଜ୍ୱାଇଁ ଭଦ୍ରକର ଗବସାହି (ମୋଟେଲଛକ)ରେ ଏକ ଭଡାଘରେ ରହୁଥିଲେ ।

ଯୌତୁକ ଲୋଭରେ ପ୍ରଜ୍ଞାସିନୀଙ୍କୁ ଗତ  ମେ ୧୦ ତାରିଖରେ ଯୋଜନାବଦ୍ଧ ଭାବେ ହତ୍ୟାକରି ନାଟକୀୟ ଢଙ୍ଗରେ ବାଥ୍ ରୁମରୁ ପଡି ଗୁରୁତର ହୋଇଥିବା ବାପ ଘର ଲୋକଙ୍କୁ ଜଣାଇଥିଲେ । ତେବେ ସେମାନେ ଆସି ଦେଖିଲା ବେଳକୁ  ଡାକ୍ତର ପ୍ରଜ୍ଞାସିନୀକୁ ମୃତ ଘୋଷଣା କରିଛନ୍ତି। ଅଭିଯୁକ୍ତ ପ୍ରତି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରିବାର ଲୋକେ ଦାବି କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଟାଉନ୍ ଥାନାରେ ଏକ ମାମଲା  ରୁଜୁ ହୋଇଥିଲା।  ତେବେ ଏହି ଘଟଣାରେ ସ୍ୱାମୀ ଖଗେଶ୍ୱରକୁ ଅଟକ କରାଯାଇ ଥାନାରୁ  ଛାଡି ଦିଆଯାଇଛି ।  ଏନେଇ ପ୍ରଜ୍ଞାସିନୀଙ୍କ ବାପଘର ଲୋକେ ଏସପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଏ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Dowry Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe