farmer
ଭଦ୍ରକ (ଓଡ଼ିଶା ରିପୋର୍ଟର): ଋଣ ଶୁଝିବା ଲାଗି ଫାଇନାନ୍ସ କର୍ମଚାରୀ ବାଧ୍ୟ କରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ ରାଜୁଆଳି ବିନ୍ଧା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ରାଜୁଆଳି ବିନ୍ଧା ଗ୍ରାମର ମହେନ୍ଦ୍ର ଦାସ।
ମହେନ୍ଦ୍ରଙ୍କ ସ୍ତ୍ରୀ ୪ଟି ଘରୋଇ ଅର୍ଥ ଲଗାଣ ସଂସ୍ଥା ଠାରୁ ୫୦ ହଜାର ଟଙ୍କାରୁ ଅଧିକ ଋଣ ଆଣିଥିଲେ। କରୋନା କଟକଣା ଯୋଗୁଁ କୌଣସି ରୋଜଗାର ନଥିବା ବେଳେ ଫାଇନାନ୍ସ କର୍ମଚାରୀ ଋଣ ଶୁଝିବା ଲାଗି ବାରମ୍ବାର ଚାପ ପକାଉଥିଲେ।
ଏନେଇ ମହେନ୍ଦ୍ର ମାନସିକ ଚାପରେ ରହିବା ସହ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଖବର ପାଇବା ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ପଠାଇ ଛାନଭିନ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/farmer.jpg)