Advertisment

କାଳ ବୈଶାଖୀ ବର୍ଷାରେ ପରିବା ଚାଷୀ କ୍ଷତିଗ୍ରସ୍ତ

ବାସୁଦେବପୁର(କିରୀଟି ଦାସ): କାଳବୈଶାଖୀ ପରିବା ଚାଷୀଙ୍କ ପାଇଁ କାଳ ସାଜିଛି । କାଳ ବୈଶାଖୀ ମାଡରେ ଶତାଧିକ ଏକର ପରିବା କ୍ଷେତ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପାଣି ପରିବା ବାଡିରେ ଜମିରହିଥିବାରୁ କ୍ଷେତ ଉଜୁଡି ଯିବାର ଆଶଙ୍କା ଦେଖାଦେଇଛି ।  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଖରିଫ ଧାନ ଅମଳ ପରେ ଚାଷୀ ପରିବା ଚାଷୀ ଉପରେ ଗୁରୁତ୍ୱ ଦେଇଥିଲେ। ବାସୁଦେବପୁର ପୌରପାଳିକାର ଦେଉଳୀ ସହ ବ୍ଲକ ଅଂଚଳର ବିଶେଷକରି ଅଫୁଲା, ମିରିଗା, ସୁଦର୍ଶନପୁର, ଆରୁହା, […]

ଅଦ୍ୟତନ ହୋଇଛି
କାଳ ବୈଶାଖୀ ବର୍ଷାରେ ପରିବା ଚାଷୀ କ୍ଷତିଗ୍ରସ୍ତ

fb

Advertisment

ବାସୁଦେବପୁର(କିରୀଟି ଦାସ): କାଳବୈଶାଖୀ ପରିବା ଚାଷୀଙ୍କ ପାଇଁ କାଳ ସାଜିଛି । କାଳ ବୈଶାଖୀ ମାଡରେ ଶତାଧିକ ଏକର ପରିବା କ୍ଷେତ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପାଣି ପରିବା ବାଡିରେ ଜମିରହିଥିବାରୁ କ୍ଷେତ ଉଜୁଡି ଯିବାର ଆଶଙ୍କା ଦେଖାଦେଇଛି ।  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଖରିଫ ଧାନ ଅମଳ ପରେ ଚାଷୀ ପରିବା ଚାଷୀ ଉପରେ ଗୁରୁତ୍ୱ ଦେଇଥିଲେ। ବାସୁଦେବପୁର ପୌରପାଳିକାର ଦେଉଳୀ ସହ ବ୍ଲକ ଅଂଚଳର ବିଶେଷକରି ଅଫୁଲା, ମିରିଗା, ସୁଦର୍ଶନପୁର, ଆରୁହା, ଲୁଙ୍ଗା ଆଦି ବିଭିନ୍ନ ସ୍ଥାନରେ ପରିବା ଚାଷ ବହୁ ମାତ୍ରାରେ ହୋଇଥାଏ । କିଛିଦିନ ଧରି ଲାଗି ରହିଥିବା ଅଦିନିଆ ବର୍ଷା ଚାଷୀର ବ୍ୟାପକ କ୍ଷତି ପହଞ୍ଚାଇଛି।

Advertisment

ପରିବା କ୍ଷେତରେ ବର୍ଷାପାଣି ଜମି ରହିବାରୁ ଗଛ ଗୁଡିକ ଝାଉଁଳିବାକୁ ବସିଛି । ଟମାଟୋ, ବାଇଗଣ, ବନ୍ଧାକୋବି, ଭେଣ୍ଡି, କଲରା ଠାରୁ ଆରମ୍ଭକରି ବିଭିନ୍ନ ପରିପରିବା କ୍ଷତିଗ୍ରସ୍ତ ହୋଇଛି । କ୍ଷେତର ଏହି ସ୍ଥିତିକୁ ଦେଖି କିଏ ପାଣି ବାହୁଛିତ ଆଉକିଏ ପମ୍ପ ପକାଇ ପାଣି ଶୁଖାଉଛି । କିଛିଦିନଧରି ବର୍ଷା ଚାଷୀଙ୍କୁ ନାକେଦମ କଲାଣି । ସକାଳେ ପାଣି ବାହିବା ଦେବା ପରେ ଓପରଓଳି ପୁଣି ବର୍ଷା ଢାଳୁଛି । ଚାଷୀଙ୍କଏର ଏହି ଦୁର୍ଦ୍ଦିନ ସମୟରେ କୃଷି ବିଭାଗ ବା ଉଦ୍ୟାନ ବିଭାଗର କାହାରି ଦେଖାନାହିଁ ।

ଧାନ ଚାଷ ପରେ ଚାଷୀ ପନି ପରିବା ଚାଷକୁ ବେଶୀ ଗୁରୁତ୍ୱ ଦେଇଥାଏ । ଧାନ ଚାଷରୁ ଯେତିକି ଚାଷୀକୁ ଲାଭ ମିଳିନଥାଏ ପରିବାରୁ ଆଶାନୁରୂପକ ମିଳିଥାଏ । ଚାଷୀ କ୍ଷେତର ପରିଶ୍ରମ ଏବେ ନଷ୍ଟ ହେବାକୁ ବସିଛି । ଲକଡାଉନରେ ପରିବା ଏଥର ଆଶାନୁରୂପକ ବିକ୍ରି ହେଉନଥିବା ବେଳେ, ଏପଟେ କାଳ ବୈଶାଖୀ ମାଡ ଚାଷୀଙ୍କ ମେରୁ ଦଣ୍ଡକୁ ଦୋହଲାଇ ଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe