Advertisment

ଭଦ୍ରକ ମେଡିକାଲ କୋଭିଡ ୱାର୍ଡରେ ନିଆଁ

ଭଦ୍ରକ(ଓଡ଼ିଶା ରିପୋର୍ଟର):  ଭଦ୍ରକ ମେଡିକାଲ କୋଭିଡ ୱାର୍ଡରେ ଲାଗିଲା ନିଆଁ। କୋଭିଡ ୱାର୍ଡ ତଳ ମହଲାରେ ଥିବା ଡିଜି ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ବିଦ୍ୟୁୟତ ସର୍ଟସର୍କିଟ ହୋଇ ଡିଜି ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ  ଆୟତ୍ତ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଭଦ୍ରକ ଜିଲ୍ଲାପାଳ ଓ ଏସ୍ପି ପହଞ୍ଚିଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କାହାର କିଛି ବିଶେଷ କ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ […]

ଅଦ୍ୟତନ ହୋଇଛି
ଭଦ୍ରକ ମେଡିକାଲ କୋଭିଡ ୱାର୍ଡରେ ନିଆଁ

mkl

Advertisment

ଭଦ୍ରକ(ଓଡ଼ିଶା ରିପୋର୍ଟର):  ଭଦ୍ରକ ମେଡିକାଲ କୋଭିଡ ୱାର୍ଡରେ ଲାଗିଲା ନିଆଁ। କୋଭିଡ ୱାର୍ଡ ତଳ ମହଲାରେ ଥିବା ଡିଜି ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ବିଦ୍ୟୁୟତ ସର୍ଟସର୍କିଟ ହୋଇ ଡିଜି ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ  ଆୟତ୍ତ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଭଦ୍ରକ ଜିଲ୍ଲାପାଳ ଓ ଏସ୍ପି ପହଞ୍ଚିଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କାହାର କିଛି ବିଶେଷ କ୍ଷତି ହୋଇନଥିବା ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ ଯେ, ପ୍ରଥମେ  କୋଭିଡ଼ ଡାକ୍ତରଖାନା ତଳେ ଥିବା ଜେନେରେଟର ଘରେ ସଟସର୍କିଟ ହୋଇ ନିଆଁ ଲାଗିଥିଲା । ପରେ ମେଡିକାଲ ପରିସରରେ ଥିବା ଅଗ୍ନିଶମ ବାହିନୀର ଅସ୍ଥାୟୀ କ୍ୟାମ୍ପର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି । ଲୋକେ ଭୟଭୀତ ନହେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏବେ ମେଡିକାଲ ପରିସରରେ ଥିବା ବିଦ୍ୟୁତ କର୍ମଚାରୀଙ୍କୁ ତାର ଓ ବିଦ୍ୟୁତ୍ ଉପକରଣର ସ୍ଥିତି ଯାଞ୍ଚ କରିବା ସହ ତାର ବଦଳାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe