/odisha-reporter/media/post_attachments/uploads/2021/02/fire.jpg)
fire
ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ବଲଜିତପଡାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଲାଗି ୪ଟି ପରିବାରର ୧୦ରୁ ଅଧିକ ବଖରା ଧ୍ୱଂସ ହୋଇଛି । ଏହାସହ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ ପୋଡ଼ି ଯାଇଛି ।
Advertisment
ନିଆଁ ଏତେ ଶୀଘ୍ର ବ୍ୟାପିଲା ଯେ, ଘର ଭିତରୁ କୌଣସି ଜିନିଷ କାଢ଼ିବା ସମ୍ଭବପର ହେଲାନି । ବଲଜିତପଡାର ଲକ୍ଷ୍ମୀ ଧର ସ୍ୱାଇଁ, ସୁରେନ୍ଦ୍ର ସ୍ୱାଇଁ, ଦେବେନ୍ଦ୍ର ସ୍ୱାଇଁ, ବବିଲତା ସ୍ୱାଇଁ ଓ ଅନିଲ ସ୍ୱାଇଁଙ୍କ ଘରଦ୍ୱାର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ମଧ୍ୟରାତ୍ରୀରେ ଭଦ୍ରକରୁ ଦମକଳ ଗାଡି ଆସି ନିଆଁ ଲିଭାଇଥିଲେ ବି ୪ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
