ଦେଖୁ ଦେଖୁ ଜଳିଗଲା ୧୦ ବଖରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ବଲଜିତପଡାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଲାଗି ୪ଟି ପରିବାରର ୧୦ରୁ ଅଧିକ ବଖରା ଧ୍ୱଂସ ହୋଇଛି । ଏହାସହ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ ପୋଡ଼ି ଯାଇଛି । ନିଆଁ ଏତେ ଶୀଘ୍ର ବ୍ୟାପିଲା ଯେ, ଘର ଭିତରୁ କୌଣସି ଜିନିଷ କାଢ଼ିବା ସମ୍ଭବପର ହେଲାନି । ବଲଜିତପଡାର ଲକ୍ଷ୍ମୀ ଧର ସ୍ୱାଇଁ, ସୁରେନ୍ଦ୍ର ସ୍ୱାଇଁ, […]

fire

Niharika Rout
  • Published: Friday, 05 February 2021
  • , Updated: 05 February 2021, 08:14 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ବଲଜିତପଡାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଲାଗି ୪ଟି ପରିବାରର ୧୦ରୁ ଅଧିକ ବଖରା ଧ୍ୱଂସ ହୋଇଛି । ଏହାସହ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ ପୋଡ଼ି ଯାଇଛି ।

ନିଆଁ ଏତେ ଶୀଘ୍ର ବ୍ୟାପିଲା ଯେ, ଘର ଭିତରୁ କୌଣସି ଜିନିଷ କାଢ଼ିବା ସମ୍ଭବପର ହେଲାନି । ବଲଜିତପଡାର ଲକ୍ଷ୍ମୀ ଧର ସ୍ୱାଇଁ, ସୁରେନ୍ଦ୍ର ସ୍ୱାଇଁ, ଦେବେନ୍ଦ୍ର  ସ୍ୱାଇଁ, ବବିଲତା ସ୍ୱାଇଁ ଓ ଅନିଲ ସ୍ୱାଇଁଙ୍କ ଘରଦ୍ୱାର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ମଧ୍ୟରାତ୍ରୀରେ ଭଦ୍ରକରୁ ଦମକଳ ଗାଡି ଆସି ନିଆଁ ଲିଭାଇଥିଲେ ବି ୪ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

Related story