ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟା ସମୟରେ ଛାତ୍ରମାନେ ସାଙ୍ଗ ହୋଇ ଟ୍ୟୁସନ ଯାଉଥିଲେ। ଏହି ସମୟରେ ବାଟରେ କିଛି ବିଷାକ୍ତ ଫଳ ତୋଳି ଖାଇଥିଲେ। ହେଲେ ପିଲାମାନେ ଏହାକୁ କୋଳି ବୋଲି ଭାବି ଖାଇଦେଇଥିଲେ। ଏହା ବିଷାକ୍ତ ବୋଲି ଜାଣି ନଥିଲେ।
Also Read
ଛାତ୍ରମାନେ ଟ୍ୟୁସନରୁ ଫେରିବା ପରେ ବାନ୍ତି ହେବା ସହ ମୁଣ୍ଡ ଘୁରାଇଥିଲା। ପରିବାର ଲୋକେ ପଚାରିବାରୁ ପିଲାମାନେ ବାଟରେ ହୋଇଥିବା କାଠ ବାଦାମ ଖାଇଥିବା କହିଥିଲେ। ପରିବାର ଲୋକେ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାପରେ ପିଲାମାନେ ସୁସ୍ଥ ଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶୋଇଥିବା ବେଳେ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୨୦ ହଜାର ଟଙ୍କା ଗାଏବ
ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି।
Politics
୪ରେ ବିଜେପିରେ ମିଶିବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
ଗତ ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର।
Crime
ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଦିଷ୍ଟ ପିଲାଙ୍କୁ ଦିଆଯାଉଥିଲା କପି, ପ୍ରତିବାଦ କରିବାରୁ ପରୀକ୍ଷାର୍ଥୀଙ୍କୁ ମାଡ଼
ପରୀକ୍ଷା ସରିବା ପରେ କପିକୁ ବିରୋଧ କରିଥିବା ଛାତ୍ରଙ୍କୁ କପି ପାଇଥିବା ଛାତ୍ର ଓ ସେମାନଙ୍କ ଅଭିଭାବକମାନେ ପିଟିଥିବା ଅଭିଯୋଗ ହୋଇଛି।