Advertisment

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

ଛାତ୍ରମାନେ ଟ୍ୟୁସନରୁ ଫେରିପରେ ବାନ୍ତି ହେବା ସହ ମୁଣ୍ଡ ଘୁରାଇଥିଲା

 students fall sick

students fall sick

Advertisment

ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ସନ୍ଧ୍ୟା ସମୟରେ ଛାତ୍ରମାନେ ସାଙ୍ଗ ହୋଇ ଟ୍ୟୁସନ ଯାଉଥିଲେ। ଏହି ସମୟରେ ବାଟରେ କିଛି ବିଷାକ୍ତ ଫଳ ତୋଳି ଖାଇଥିଲେ। ହେଲେ ପିଲାମାନେ ଏହାକୁ କୋଳି ବୋଲି ଭାବି ଖାଇଦେଇଥିଲେ। ଏହା ବିଷାକ୍ତ ବୋଲି ଜାଣି ନଥିଲେ। 

ଛାତ୍ରମାନେ ଟ୍ୟୁସନରୁ ଫେରିବା ପରେ ବାନ୍ତି ହେବା ସହ ମୁଣ୍ଡ ଘୁରାଇଥିଲା। ପରିବାର ଲୋକେ ପଚାରିବାରୁ ପିଲାମାନେ ବାଟରେ ହୋଇଥିବା କାଠ ବାଦାମ ଖାଇଥିବା କହିଥିଲେ। ପରିବାର ଲୋକେ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାପରେ ପିଲାମାନେ ସୁସ୍ଥ ଥିବା ଜଣାପଡ଼ିଛି।

Advertisment
Bhadrak School Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe