Advertisment

5T ସଚିବଙ୍କ କାର୍ଯ୍ୟକ୍ରମରେ ୫ ମହିଳା ଅସୁସ୍ଥ

5T ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାସୁଦେବପୁରର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ହଜାରେରୁ ଅଧିକ ଲୋକଙ୍କ ଭିଡ ଜମିଥିଲା।

Woman

Woman

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁରର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ଆଜି 5T ସଚିବ ଭି.କେ ପାଣ୍ଡିଆନଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୫ ଜଣ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ ।

Advertisment

ସମସ୍ତ ୫ ଜଣ ଅସୁସ୍ଥ ମହିଳାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଟିକେ ଗୁରୁତର ଥିଲା। ତେବେ ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ମିଳିଥିବା ସୂଚନା ଅନୁଯାୟୀ, 5T ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାସୁଦେବପୁରର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ହଜାରେରୁ ଅଧିକ ଲୋକଙ୍କ ଭିଡ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ସେମାନେ ସକାଳ ୬ଟାରୁ ଚାଲିଆସିଥିଲେ। କିନ୍ତୁ 5T ସଚିବ ଆସିବାରେ ବିଳମ୍ବ ହେଲା। ଦିନ ପ୍ରାୟ ୧୧ଟା ବେଳକୁ 5T ସଚିବ ଆସିଥିଲେ। 5T ସଚିବଙ୍କ ସଭା ପାଇଁ ଟେଣ୍ଟର ବ୍ୟବସ୍ଥା ହୋଇଥିଲା। ତେବେ ତାହା ଯଥେଷ୍ଟ ନଥିଲା। ଜାଗା ନଥିବାରୁ ଲୋକେ ସ୍କୁଲ ବରଣ୍ଡାରେ ଓ ଗଛ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା। ତେବେ ଅସହ୍ୟ ଖରା ଓ ଗୁଳୁଗୁଳି ସାଙ୍ଗକୁ ଅଧିକ ଭିଡ଼ ଯୋଗୁ ଏମିତି ଏକ ଘଟଣା ଘଟିଲା ବୋଲି କୁହାଯାଉଛି।

Advertisment

ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳଙ୍କ ରିପୋର୍ଟ

‍‍‍‍

Balasore 5T
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe