Advertisment

ବାସୁଦେବପୁର ବ୍ଲକରେ ବନ୍ୟା ଦୁର୍ଦ୍ଦଶା

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ବନ୍ୟାକୁ ନେଇ ଏବେବି ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ  ଉକ୍ତ  ବ୍ଲକ ନରସିଂହପୁର ପଞ୍ଚାୟତର କଳସିଆ ଗାଁରଆ ବନ୍ୟାପାଣି ପଣି ଲୋକଙ୍କୁ ବେଘର କରିଛି।  ଗ୍ରାମର ବ୍ରଜକିଶୋର ନାୟକଙ୍କ ଘର ବାତ୍ୟା ମାଡ଼ରେ ଭାଙ୍ଗବା ସହ ବନ୍ୟା ପାଣି ଘରର ଗୋଟିଏ ପରସ୍ତକୁ ପୁରା ମାଟିରେ ମିଶାଇ ଦେଇଛି। ଘରର ବାକି ଅଂଶ ଏବେ ଅଧାଭଙ୍ଗା ହୋଇ ପଡି ରହିଛି । ଘରର କାନ୍ଥକୁ ବାଉଁଶରେ ଭରାଦେଇ ରଖା ଯାଇଛି ।ତାହାପୁଣି କେଉଁ ମୁହୂର୍ତ୍ତରେ ପଡ଼ିଯିବ […]

ବାସୁଦେବପୁର ବ୍ଲକରେ ବନ୍ୟା ଦୁର୍ଦ୍ଦଶା

890

Advertisment

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ବନ୍ୟାକୁ ନେଇ ଏବେବି ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ  ଉକ୍ତ  ବ୍ଲକ ନରସିଂହପୁର ପଞ୍ଚାୟତର କଳସିଆ ଗାଁରଆ ବନ୍ୟାପାଣି ପଣି ଲୋକଙ୍କୁ ବେଘର କରିଛି।  ଗ୍ରାମର ବ୍ରଜକିଶୋର ନାୟକଙ୍କ ଘର ବାତ୍ୟା ମାଡ଼ରେ ଭାଙ୍ଗବା ସହ ବନ୍ୟା ପାଣି ଘରର ଗୋଟିଏ ପରସ୍ତକୁ ପୁରା ମାଟିରେ ମିଶାଇ ଦେଇଛି। ଘରର ବାକି ଅଂଶ ଏବେ ଅଧାଭଙ୍ଗା ହୋଇ ପଡି ରହିଛି । ଘରର କାନ୍ଥକୁ ବାଉଁଶରେ ଭରାଦେଇ ରଖା ଯାଇଛି ।ତାହାପୁଣି କେଉଁ ମୁହୂର୍ତ୍ତରେ ପଡ଼ିଯିବ ସେଥିରେ ଭରଷା ନାହିଁ ।

Advertisment

ସେଥିପାଇଁ ପରିବାରର ସଦସ୍ୟମାନେ ନିଜଘର ଛାଡି ଅନ୍ୟଘରେ ମୁଣ୍ଡ ଗୁଞ୍ଜିଛନ୍ତି ।ଗ୍ରାମର ସୁବାସିନୀ ନାୟକଙ୍କ ମଧ୍ୟ ସମାନ ଅବସ୍ଥା ।ବନ୍ୟାପାଣି ଘରେ ମାଡ଼ିଯାଇ ଘରକୁ ଛାରଖାର କରିଦେଇଛି ।

ରୋଷେଇ କରିବାକୁ ମଧ୍ୟ ଜାଗା ନାହିଁ । ଚୁଲିରେ ପାଣି ପସି ରହିଥିବାରୁ ଘରେ ଚାରିଦିନ ଧରି ରୋଷେଇ ବନ୍ଦ ରହିଛି । ଘରର କାନ୍ଥ ଭାଙ୍ଗି ଦୁର୍ଦ୍ଦଶା ବଢାଇଥିବା ବେଳେ ଗୋଟିଏ ଘରେ ରୋଷେଇ ଆଉ ଶୋଇବାକୁ ପଡୁଛି । ଏହି ପରିସ୍ଥିତି କେବଳ ଏହି ଦୁଇଜଣଙ୍କ ନୁହେଁ, ଗାଁର ବହୁଲୋକ ଏବେବି ପାଣି ଘେରରେ ରହିଛନ୍ତି । ଗାଁରେ ବନ୍ୟା ପାଣି ମାଡ଼ି ରହିଥିବାରୁ ଗାଁକୁ ଯୋଗାଯୋଗ ଏବେବି ବିଛିନ୍ନ ରହିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe