Advertisment

ତଳିଆ ଅଞ୍ଚଳରେ ବଢୁଛି ପାଣି

ଭଦ୍ରକ(ପାର୍ଥ ସାରଥୀ ନାୟକ): ବୈତରଣୀରେ ଜଳସ୍ତର  ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଆଜି ସକାଳେ ସ୍ଥିର ରହିଥିଲା। ଆଖୁଆପଦାଠାରେ ବିପଦ ସଂକେତ 17.83 ମିଟର ଥିବା ବେଳେ ବିଳମ୍ବିତ ରାତିରେ 18.35 ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଆଜି ସକାଳ ୯ଟା ସୁଦ୍ଧା 18.35 ମିଟରରେ ବନ୍ୟା ଜଳ ପ୍ରବାହିତ ହୋଇ ଦୀର୍ଘ ଘଣ୍ଟା ଧରି ସ୍ଥିର ରହିଛି। ଅନ୍ୟପଟେ କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନ ବସତିକୁ […]

author-image
Tapas Behera
ତଳିଆ ଅଞ୍ଚଳରେ ବଢୁଛି ପାଣି

5gn

ଭଦ୍ରକ(ପାର୍ଥ ସାରଥୀ ନାୟକ): ବୈତରଣୀରେ ଜଳସ୍ତର  ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଆଜି ସକାଳେ ସ୍ଥିର ରହିଥିଲା। ଆଖୁଆପଦାଠାରେ ବିପଦ ସଂକେତ 17.83 ମିଟର ଥିବା ବେଳେ ବିଳମ୍ବିତ ରାତିରେ 18.35 ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଆଜି ସକାଳ ୯ଟା ସୁଦ୍ଧା 18.35 ମିଟରରେ ବନ୍ୟା ଜଳ ପ୍ରବାହିତ ହୋଇ ଦୀର୍ଘ ଘଣ୍ଟା ଧରି ସ୍ଥିର ରହିଛି।

Advertisment

ଅନ୍ୟପଟେ କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନ ବସତିକୁ ପ୍ରବେଶ କରିଛି। ଭଣ୍ଡାରିପୋଖରୀ ବ୍ଲକର ୬ଟି ପଂଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି। ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନଉରଙ୍ଗପୁର ଗାଁ ରାସ୍ତାରେ ବନ୍ୟା ଜଳ ଚାଲୁଥିବାରୁ ଲୋକମାନେ ଯିବା ଆସିବାରେ ହଇରାଣ ହେଉଛନ୍ତି।

ସେହିପରି ଦେଉଳପଦି ଗାଁ ରାସ୍ତାରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି। ଭଦ୍ରକ ଆଖଣ୍ଡଳମଣି ରାସ୍ତାର ଅସୁରାଳି ରେବ ପୋଲ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିଛନ୍ତି। ତେବେ ବୈତରଣୀ ନଦୀରେ ବନ୍ୟା ଜଳ ରାତି ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବା ସମ୍ଭାବନା ରହିଛି। ଉପରମୁଣ୍ଡରେ ଜଳସ୍ତର ହ୍ରାସ ହେଉଥିଲେ ମଧ୍ୟ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରି ପାରେ। ପ୍ରଶାସନ ତରଫରୁ କେନ୍ଦୁଝର ଜିଲ୍ଲାରେ ହେଉଥିବା ବର୍ଷାର ପରିମାଣକୁ ଦେଖି ବନ୍ୟାର ପରବର୍ତ୍ତୀ ସ୍ଥିତି ଆକଳନ କରାଯାଉଛି ।

Advertisment