Poision
ବିଲରେ ଖେଳୁଥିବା ବେଳେ ୪ ଜଣ ଶିଶୁ କୀଟନାଶକ ପିଇ ଦେଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଝିଙ୍କିରିଆରେ ଘଟିଛି ଏହି ଘଟଣା।
ଏହି ଶିଶୁମାନଙ୍କ ବୟସ ଦେଢ଼ ବର୍ଷରୁ ୩ ବର୍ଷ ମଧ୍ୟରେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାଇଭଉଣୀ ଅଛନ୍ତି। ଅନ୍ୟ ଦୁଇ ଛୁଆ (ଜଣେ ଦେଢ଼ ବର୍ଷର ପୁଅ ଓ ଜଣେ ୩ ବର୍ଷର ଝିଅ) ଅନ୍ୟ ଦୁଇ ପରିବାରର।
କୀଟନାଶକ ପିଇ ଅସୁସ୍ଥ ହୋଇପଡ଼ିଥିବା ଭାଇଭଉଣୀଙ୍କ ଦାଦା କହିଛନ୍ତି ଯେ ପିଲାମାନେ ବିଲ ପାଖରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେମାନେ କୀଟନାଶକ ପିଇବା ବେଳେ ଗାଁର ଜଣେ ବ୍ୟକ୍ତି ଦେଖି ଦେଇଥିଲେ। ସେ ପାଟି କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଲା। ଛୁଆମାନଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ଭଦ୍ରକ ଡାକ୍ତରଖାନା ଅଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Poision_1680777868.jpg)