Advertisment

କୀଟନାଶକ ପିଇ ଦେଲେ ୪ ଶିଶୁ

କୀଟନାଶକ ପିଇ ଦେଇଥିବା ୪ ଛୁଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Poision

Poision

Advertisment

ବିଲରେ ଖେଳୁଥିବା ବେଳେ ୪ ଜଣ ଶିଶୁ କୀଟନାଶକ ପିଇ ଦେଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଝିଙ୍କିରିଆରେ ଘଟିଛି ଏହି ଘଟଣା।

Advertisment

ଏହି ଶିଶୁମାନଙ୍କ ବୟସ ଦେଢ଼ ବର୍ଷରୁ ୩ ବର୍ଷ ମଧ୍ୟରେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାଇଭଉଣୀ ଅଛନ୍ତି। ଅନ୍ୟ ଦୁଇ ଛୁଆ (ଜଣେ ଦେଢ଼ ବର୍ଷର ପୁଅ ଓ ଜଣେ ୩ ବର୍ଷର ଝିଅ) ଅନ୍ୟ ଦୁଇ ପରିବାରର।

କୀଟନାଶକ ପିଇ ଅସୁସ୍ଥ ହୋଇପଡ଼ିଥିବା ଭାଇଭଉଣୀଙ୍କ ଦାଦା କହିଛନ୍ତି ଯେ ପିଲାମାନେ ବିଲ ପାଖରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେମାନେ କୀଟନାଶକ ପିଇବା ବେଳେ ଗାଁର ଜଣେ ବ୍ୟକ୍ତି ଦେଖି ଦେଇଥିଲେ। ସେ ପାଟି କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଲା। ଛୁଆମାନଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ଭଦ୍ରକ ଡାକ୍ତରଖାନା ଅଣାଯାଇଛି।

Advertisment
Bhadrak Hospital Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe