ଡେଙ୍ଗୁ, ମ୍ୟାଲେରିଆକୁ ଡାକୁଛି ଭଦ୍ରକ !

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ପୌରପାଳିକାର ଅଳିଆ ଆବର୍ଜନା ଓ ଡ୍ରେନେଜ୍‌ ସମସ୍ୟା ହେଉଛି ଦୀର୍ଘଦିନର । ଏହାର ସମସ୍ୟା ସବୁବେଳେ ଭଦ୍ରକ ବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । କିଛିଟା ୱାର୍ଡ ଛାଡିଦେଲେ ସବୁ ଆଡେ କୁଢ କୁଢ ଅଳିଆ ଆବର୍ଜ୍ଜନା ପଡି ରହୁଛି । ସକାଳୁ ସକାଳୁ କିଛିଟା ସ୍ଥାନରେ ପୌରପାଳିକାର ସଫେଇ କର୍ମଚାରୀ ମାନେ ସଫେଇ କରୁଛନ୍ତି । ହେଲେ ଅନ୍ୟଆଡେ ଅଳିଆ ପଡିରହୁଛି । ସବୁଠାରୁ ବଡ ସମସ୍ୟା ରହୁଛି ଡ୍ରେନେଜ ସମସ୍ୟା । […]

70

70

Tapas Behera
  • Published: Wednesday, 01 September 2021
  • Updated: 01 September 2021, 03:51 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ପୌରପାଳିକାର ଅଳିଆ ଆବର୍ଜନା ଓ ଡ୍ରେନେଜ୍‌ ସମସ୍ୟା ହେଉଛି ଦୀର୍ଘଦିନର । ଏହାର ସମସ୍ୟା ସବୁବେଳେ ଭଦ୍ରକ ବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । କିଛିଟା ୱାର୍ଡ ଛାଡିଦେଲେ ସବୁ ଆଡେ କୁଢ କୁଢ ଅଳିଆ ଆବର୍ଜ୍ଜନା ପଡି ରହୁଛି । ସକାଳୁ ସକାଳୁ କିଛିଟା ସ୍ଥାନରେ ପୌରପାଳିକାର ସଫେଇ କର୍ମଚାରୀ ମାନେ ସଫେଇ କରୁଛନ୍ତି । ହେଲେ ଅନ୍ୟଆଡେ ଅଳିଆ ପଡିରହୁଛି । ସବୁଠାରୁ ବଡ ସମସ୍ୟା ରହୁଛି ଡ୍ରେନେଜ ସମସ୍ୟା । ସାମାନ୍ୟ ବର୍ଷା ହେଲେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟାର ପରିସ୍ଥିତ ସୃଷ୍ଟି ହେବା ସହ ନାଳ ପାଣି ଘରେ ପସୁଛି ।

ଏହା ଦ୍ୱାରା ଆଗାମୀ ଦିନରେ ଅନ୍ୟ ଜିଲ୍ଲାମାନଙ୍କ ପରି ଭଦ୍ରକରେ ଡେଙ୍ଗୁ ଓ ମ୍ୟାଲେରିଆ ବ୍ୟାପିବାର ପରିସ୍ଥିତି ସୃଷ୍ଟି ହେବ । ଗୋଟିଏ ପଟେ କରୋନା ପ୍ରକୋପ କମିନଥିବା ବେଳେ ଅନ୍ୟ ପଟେ ଏହି ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଯଦି ଡେଙ୍ଗୁ ବ୍ୟାପିଲା ତେବେ ପରିସ୍ଥିତି ଅସମ୍ଭାଳ ହେବ । ଭଦ୍ରକ ପୌରପାଳିକ ୩୦ଟି ୱାର୍ଡକୁ ନେଇ ଗଠିତ । ଏହି ୩୦ଟି ୱାର୍ଡ ମଧ୍ୟରୁ ବର୍ଷର ଅର୍ଦ୍ଧାଧିକ ସମୟରେ ଅଳିଆ ଆବର୍ଜ୍ଜନା ସହରବାସୀଙ୍କୁ ଅଡୁଆରେ ପକାଇଥାଏ । ଏପରିକି ଏହି ଅଳିଆ ଆବର୍ଜ୍ଜନା ଅନେକ ସମସ୍ୟାରେ ଅନେକ ରୋଗର ବାହକ ସାଜିଥାଏ ।

ଯାହାକୁ ନେଇ ବିଭିନ୍ନ ସମୟରେ ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ଏହି ପୌରପାଳିକା ଅମୃତ ଯୌଜାନରେ ସାମିଲ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାର ପରିସ୍ଥିତି ସୁଧିରି ନାହିଁ । କିଛିଟା ସ୍ଥାନାରେ ସହରବାସୀ ଏଥିପାଇଁ  ପୌରପାଳିକା ଦ୍ୱାରା ଦିଆଯାଇଥିବା ନିୟମକୁ ମଧ୍ୟ ମାନନ୍ତି ନାହିଁ । ଏଣେତେଣେ ଅଳିଆ ପକାଇ ନିଜର ସମସ୍ୟାକୁ ନିଜେ ଦୁଇ ଗୁଣିତ କରିଥାଆନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ପୌରାପାଳିକା ବାସିନ୍ଦାଙ୍କର ପ୍ରତିବାଦ ସ୍ୱର ଦୁଇ ଗୁଣିତ ହୋଇଥାଏ । ପୌରପାଳିକାର ବିଭିନ୍ନ ସ୍ଥାନରେ ନାଳ ସବୁ ପୋତି ହୋଇଯିବା ଦ୍ୱାରା ସାମାନ୍ୟ ବର୍ଷାରେ ଏହି ଅପରିଷ୍କାର ପାଣି ଘରେ ଭିତରେ ଲହଡି ଭାଙ୍ଗେ । ବିଶେଷ କରି ପୁରୁଣା ବଜାରେ ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବେହାଲ ହୋଇପଡିଛି ।

ପୁରୁଣାବଜାରରେ ଥିବା ନାଳ ଧିରେ ଧିରେ ପୋତି ହୋଇଯିବା ଓ ଜବରଦଖଲକାରୀ ଜବଜାକୁ ଚାଲିଯିବା ପରେ ଭଦ୍ରକ ସହର ଅର୍ଦ୍ଧାଧିକ ୱାର୍ଡ ସାମାନ୍ୟ ବର୍ଷା ପାଣିରେ ଉବୁଟୁବ ହୋଇଛି । ପୂର୍ବରୁ ଏହି ନାଳ ଦେଇ ସହରର ବିଭିନ୍ନ ଅଞ୍ଚଳର ବର୍ଷା  ପାଣି ନିଷ୍କାସନ ହେଉଥିଲା । ଗତ କିଛି ବର୍ଷ ହେବା ଏହା ପୋତିହୋଇଯିବା ଫଳେ ସମସ୍ୟା ଜଟିଳ ହେବାରେ ଲାଗିଛି । ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି । ହେଲେ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ସାମାନ୍ୟ ବର୍ଷା ହେଲେ ପୁରୁଣା ବଜାର ଅଞ୍ଚଳର ବର୍ଷା ପାଣି ସହ ଅଳିଆ ଆବର୍ଜ୍ଜନା ଘରେ ପଶିଯାଉଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଦ୍ରକ ପୌରପାଳିକାର ଅବହେଳା ଯୋଗୁଁ ପୁରୁଣାବଜାର ବାସିନ୍ଦା ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ।

ଜିଲ୍ଲାପ୍ରଶାସନ, ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କୁ କହି ଥକି ପଡିଲେଣି ।  ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର କରାନଗଲେ ପୁରୁଣା ବାଦାର ବାସିନ୍ଦା ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ତେବେ ନୂତନ ଜିଲ୍ଲାପାଳ କହିଛନ୍ତି ନିଶ୍ଚିତ ଭାବେ ପୌରପାଳିକାର ସ୍ୱଚ୍ଛତା ପାଇଁ ଆମେ ସଜାଗ ଅଛୁ । ଭଦ୍ରକ ପୌରପାଳିକା ଦ୍ୱାରା ବିଭିନ୍ନ ସ୍ଥାନରେ ପରିଷ୍କାର ପରିଛନ୍ନ କରାଯାଉଛି । ସ୍ୱଚ୍ଛ ସାଥୀ ଓ ପୌରପାଳିକାର ସଫେଇ କର୍ମଚାରୀମାନେ ଲାଗି ପଡିଛନ୍ତି । ତେବେ ଆଗକୁ ୩୦ଟି ୱାର୍ଡରେ କିପରି ସ୍ୱଚ୍ଛତା ରହିବ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story