Advertisment

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଗତକାଲି ପୁଷ୍ପାଞ୍ଜଳି ଗାଁ ନିକଟକୁ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଦେଖିବାକୁ ଯାଇଥିଲେ।ହେଲେ ଆଉ ଘରକୁ ଫେରି ନଥିଲେ।

Dead Body

Dead Body

Advertisment

ଅଷ୍ଟପ୍ରହରୀ ସଂକୀର୍ତ୍ତନ ଦେଖିବାକୁ ଯାଇ ଘରକୁ ଫେରିଲେନି ଯୁବତୀ। ଆଜି ସକାଳେ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ଯୁବତୀଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବୁଧୁପୁର ନିକଟରେ। ମୃତ ଯୁବତୀ ଜଣଙ୍କ ହେଲେ ତାଳପଦା ଗୋପସାହି ଗାଁର ପୁଷ୍ପାଞ୍ଜଳି ସାହୁ।

Advertisment

ଗତକାଲି ପୁଷ୍ପାଞ୍ଜଳି ଗାଁ ନିକଟକୁ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଦେଖିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଅଧିକ ରାତି ହେବାର ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ବୁଧୁପୁର ନିକଟ ରାସ୍ତାକଡ ଗଛରୁ ପୁଷ୍ପାଞ୍ଜଳିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ପୁଷ୍ପାଞ୍ଜଳିଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ପୁଷ୍ପାଞ୍ଜଳିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

Advertisment
Deadbody Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe