Advertisment

କେନାଲ ବନ୍ଧରେ ପଡ଼ିଛି ସରକାରୀ ଔଷଧ

ଔଷଧ ପ୍ୟାକେଟ୍ ଉପରେ ରାଜ୍ୟ ସରକାରଙ୍କ ଲୋଗୋ ରହିଥିବା ବେଳେ ଏହା ବିକ୍ରୟ ପାଇଁ ଉପଲବ୍ଧ ନୁହେଁ ବୋଲି ଲେଖା ହୋଇଛି।

author-image
Jitendra Garnayak
Medicines

Medicines

କେନାଲ ବନ୍ଧରେ ପଡ଼ିଛି କୁଢ଼ କୁଢ଼ ସରକାରୀ ଔଷଧ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ୩ନମ୍ବର ହାଇଲେବୁଲ କେନାଲ ବନ୍ଧପାର୍ବତୀ ଘାଟଠାରୁ ଆଖୁଆପଦା ମଧ୍ୟରେ କୁଢ଼ କୁଢ଼ ସରକାରୀ ଔଷଧ ପଡିଥିବା ଦେଖିବାକୁ ମିଳିଛି।

Advertisment

ରାଜ୍ୟ ସରକାରଙ୍କ ଔଷଧନିଗମ ପକ୍ଷରୁ ପ୍ରତି ସରକାରୀ ଡାକ୍ତରଖାନାକୁ ପ୍ରତି ମାସରେ ମେଡିସିନ ଯୋଗାଇ ଦିଆଯାଇଥାଏ। ଜନସାଧାରଣମାନେ କିଭଳି ମାଗଣାରେ ବିଭିନ୍ନ ରୋଗ ପାଇଁ ଔଷଧ ପାଇବେ, ସେଥିପାଇଁ ନିରାମୟ ଯୋଜନା ମାଧ୍ୟମରେ ସରକାର ଔଷଧ ଯୋଗାଇଥାନ୍ତି। କିନ୍ତୁ ପରିତାପର ବିଷୟ, ହଜାର ହଜାର ଟଙ୍କାର ଔଷଧ କେନାଲ ବନ୍ଧର ବୁଦା ମୂଳେ ପଡ଼ିଛି।

ଔଷଧ ପ୍ୟାକେଟ୍ ଉପରେ ରାଜ୍ୟ ସରକାରଙ୍କ ଲୋଗୋ ରହିଥିବା ବେଳେ ଏହା ବିକ୍ରୟ ପାଇଁ ଉପଲବ୍ଧ ନୁହେଁ ବୋଲି ଲେଖା ହୋଇଛି। ତେଣୁ ଏହା କୌଣସି ସରକାରୀ ଡାକ୍ତରଖାନାର ଗଚ୍ଛିତ ଔଷଧ ବୋଲି ଜଣାପଡ଼ିଛି।

Advertisment