Advertisment

‘ନିଜେ ଦେଖିବେ ଏଇଠି ମୋ ଶବ ପଡ଼ିଥିବ, ମୋ ସ୍ତ୍ରୀ କାନ୍ଦୁଥିବ’

ବାସୁଦେବପୁର (କିରୀଟି ଦାସ): ଯଦି ୩୪ ଦିନ ଭିତରେ ମୋର ଦରମା ନହୁଏ ଏହି ବିଡ଼ିଓ ନିଜେ ଦେଖିବେ ମୋର ଶବ ଏଇଠି ପଡ଼ିଥିବ, ଆଉ ମୋ ସ୍ତ୍ରୀ କାନ୍ଦୁଥିବ। ଅଭିମାନ ଭରା କଣ୍ଠରେ ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ଜିଆରଏସ୍‌। ଦୀର୍ଘ ଦିନ ହେଲା ତାଙ୍କ ଦରମା ବନ୍ଦ କରାଯାଇଥିବାରୁ ସମ୍ପୃକ୍ତ ଜିଆରଏସ୍‌ ଆଜି ବିଡିଓଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବକେୟା ଦରମା ଦାବିରେ ଜଣେ ଜିଆରଏସ୍‌ (ଗ୍ରାମ ରୋଜଗାର ସେବକ) […]

ଅଦ୍ୟତନ ହୋଇଛି
‘ନିଜେ ଦେଖିବେ ଏଇଠି ମୋ ଶବ ପଡ଼ିଥିବ, ମୋ ସ୍ତ୍ରୀ କାନ୍ଦୁଥିବ’

7bv-90

Advertisment

ବାସୁଦେବପୁର (କିରୀଟି ଦାସ): ଯଦି ୩୪ ଦିନ ଭିତରେ ମୋର ଦରମା ନହୁଏ ଏହି ବିଡ଼ିଓ ନିଜେ ଦେଖିବେ ମୋର ଶବ ଏଇଠି ପଡ଼ିଥିବ, ଆଉ ମୋ ସ୍ତ୍ରୀ କାନ୍ଦୁଥିବ। ଅଭିମାନ ଭରା କଣ୍ଠରେ ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ଜିଆରଏସ୍‌। ଦୀର୍ଘ ଦିନ ହେଲା ତାଙ୍କ ଦରମା ବନ୍ଦ କରାଯାଇଥିବାରୁ ସମ୍ପୃକ୍ତ ଜିଆରଏସ୍‌ ଆଜି ବିଡିଓଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବକେୟା ଦରମା ଦାବିରେ ଜଣେ ଜିଆରଏସ୍‌ (ଗ୍ରାମ ରୋଜଗାର ସେବକ) ବିଡିଓଙ୍କ କାର୍ଯ୍ୟାଳୟରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିରାସିନି ଢାଳୁଥିବା ବେଳେ ବ୍ଲକ କର୍ମଚାରୀ ଜିଆରଏସ୍‌ଙ୍କୁ  କାବୁ କରିନେଇଛନ୍ତି। ବାସୁଦେବପୁର ବ୍ଲକ ଗୁଆଗଢିଆ ପଂଚାୟତର ଜିଆରଏସ୍‌ ଉତ୍କଳ ମଲ୍ଲିକ ଦୀର୍ଘ ୧୦ମାସ ହେବ ୪ ଦିନ ଧରି ନିଜର ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ବକେୟା ଦରମା ପାଇବା ପାଇଁ ବାରମ୍ୱାର ବିଡିଓଙ୍କୁ କହିବା ସହ ଜିଲ୍ଲା ପ୍ରକଳ୍ପ ନିଦ୍ଦେର୍ଶକଙ୍କୁ ଅବଗତ କରାଇଥିଲେ। ଏଥିରେ କୌଣସି ସୁଫଳ ନମିଳିବାରୁ କିଛି ଦିନ ତଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଘଟଣା ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲେ ବି ଆଜିଯାଏ ତାଙ୍କୁ ଦରମା ମିଳି ନାହିଁ।

Advertisment

fraustraded VRS  due to salary stop

ଦୀର୍ଘଦିନ ଧରି ମାନସିକ ନିର୍ଯ୍ୟାତନା ପାଉଥିବା ଜିଆରଏସ୍ ଆଜି ବ୍ଲକର ବିଡିଓଙ୍କ କାର୍ଯ୍ୟାଳୟକୁ ପଶି ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଖରେ ଥିବା ବ୍ଲକ କର୍ମଚାରୀ ତାଙ୍କୁ କାବୁକରି ବାହାରକୁ ଆଣିଥିଲେ। ଖବର ପାଇ ପୁଲିସ ପହଞ୍ଚି ସ୍ଥିତି ଅନଧ୍ୟାନ କରିଛନ୍ତି।

ଜିଆରଏସଙ୍କ  ଅଭିଯୋଗ ଅନୁସାରେ, ସେ ଦୀର୍ଘଦିନ ହେବ ବାସୁଦେବପୁର ବ୍ଲକର ଜିଆରଏସ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କୁ ଗୁଆଗଢିଆ  ପଂଚାୟତର ଦାଇତ୍ୱ ମିଳିଛି। ପଂଚାୟତ କାର୍ଯ୍ୟ ସହ କୋଭିଡ ସମୟରେ କାର୍ଯ୍ୟ କରୁଥିଲେ। ହେଲେ ଆଜକୁ ୧୦ମାସ ଆଠଦିନ ହେବ ତାଙ୍କୁ ଦରମା ମିଳୁନି। ଅନ୍ୟ ସହକର୍ମୀ ମାନଙ୍କ ଦରମା ହେଉଥିବା ବେଳେ, ତାଙ୍କର ଦରମା କରାଯାଉନଥିବା ଅଭିଯୋଗ କରିଛନ୍ତି।  ସେ କହିଛନ୍ତି ଯେ, ମୋର ୧୦ ମାସ ହେଲା ବିଡିଓ ଦରମା କରିନାହାନ୍ତି।  ମୋତେ କହିବାରୁ ମୁଁ ପିଡି ଓ ଜଲେକ୍ଟରଙ୍କୁ ଭେଟିଲି।  ସେ ବି କହିଥିଲେ ମୁଁ ଦରମା ପାଇବା ପାଇଁ ହକ୍‌। ହେଲେ ଦରମା ନମିଳିବାରୁ ମୋ ବ୍ରହ୍ମକୁ ଯେବେ ବାଧିଲା ମୁଁ ବାଧ୍ୟ ହୋଇ କିରାସିନ ଢ଼ାଲି ଆତ୍ମହତ୍ୟ ଉଦ୍ୟମ କଲି।  ଯଦି ୩୪ ଦିନ ଭିତରେ ମୋର ଦରମା ନହୁଏ ଏହି ବିଡଇଓ ନିଜେ ଦେଖିବେ ମୋର ଶବ ଏଇଠି ପିଥିବ।  ବିଡିଓ ମୋର ବ୍ୟକ୍ତିଗତ ରାଗ ରଖିକି ଦରମା କରୁନାହାନ୍‌। ସେପଟେ ବାଷୁଦେବପୁର ବିଡିଓ କହିଛନ୍ତି ଯେ, ଜିଆରଏସମାନେ କଣ୍ଟାକ୍ଟୁଆଲ ଏମ୍ପ୍ଲୟୀ। ନୋ ୱାର୍କ ନୋ ପେ ଆଧାରରରେ ତାଙ୍କର କିଛି ଦରମା ଆମେ ହୋଲଡ୍‌ କରି ରଖିଥିଲୁ।  ନିକଟରେ ଜିପିରୁ ରିପୋର୍ଟ ଆସିଲା ପରେ ତାଙ୍କର ଦୁଇ ମାସର ଦରମା ରିଲିଜ୍‌ କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ >> ଖୁବ୍‌ ଶୀଘ୍ର ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ !

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe