Advertisment

ଇଞ୍ଜନିୟରିଂ ବୋହୂର ମଦ କାରବାର, ଯୁବପିଢ଼ିଙ୍କ ଧଳାଜହର

ଭଦ୍ରକ(ପାର୍ଥ ସାରଥୀ ନାୟକ): ବଢୁଛି ଭଦ୍ରକର କଳେବର । ଚାକଚକ୍ୟ ସହରରେ ପରିଣତ ହେଲାଣି ଭଦ୍ରକ। ଲୋକ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ସହର ଭିତରେ ଏବେ ଭଳିକି ଭଲି ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି। ୧୬ନଂ ଜାତୀୟ ରାଜପଥ ଓ ରେଳଷ୍ଟେସନ ପାଖ କଡରେ ହୋଇଥିବାରୁ  ଆତଯାତରେ କୌଣସି ସମସ୍ୟା ନାହିଁ। ତେଣୁ  ଦିନକୁ ଦିନ ଭଦ୍ରକ ଉନ୍ନତି ହେବା ଫଳରେ ବ୍ୟବସାୟୀମାନଙ୍କ ପେଣ୍ଠସ୍ଥଳୀ ପାଲଟଛି। ଏହାର ସୁଯୋଗ ନେଇ ନିଶା ବେପାରୀମାନେ ଏବେ ପସରା […]

ଅଦ୍ୟତନ ହୋଇଛି
ଇଞ୍ଜନିୟରିଂ ବୋହୂର ମଦ କାରବାର, ଯୁବପିଢ଼ିଙ୍କ ଧଳାଜହର

mnm-70

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ବଢୁଛି ଭଦ୍ରକର କଳେବର । ଚାକଚକ୍ୟ ସହରରେ ପରିଣତ ହେଲାଣି ଭଦ୍ରକ। ଲୋକ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ସହର ଭିତରେ ଏବେ ଭଳିକି ଭଲି ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି। ୧୬ନଂ ଜାତୀୟ ରାଜପଥ ଓ ରେଳଷ୍ଟେସନ ପାଖ କଡରେ ହୋଇଥିବାରୁ  ଆତଯାତରେ କୌଣସି ସମସ୍ୟା ନାହିଁ। ତେଣୁ  ଦିନକୁ ଦିନ ଭଦ୍ରକ ଉନ୍ନତି ହେବା ଫଳରେ ବ୍ୟବସାୟୀମାନଙ୍କ ପେଣ୍ଠସ୍ଥଳୀ ପାଲଟଛି। ଏହାର ସୁଯୋଗ ନେଇ ନିଶା ବେପାରୀମାନେ ଏବେ ପସରା ମେଲେଇ ଲେଣି। ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଶୀରୋନାମା ପାଲଟିଛି ଭଦ୍ରକ ନିଶା କାରବାର। ଯୁବ ପିଢ଼ିଠାରୁ ଆରମ୍ଭ କରି ଶ୍ରମଜୀବୀ ସମସ୍ତେ ନିଶା କବଳରେ କବଳିତ। ବେଆଇନ ଦେଶୀ ଓ ବିଦେଶୀ ମଦ, ନକଲି ଜର୍ଦ୍ଦା ଓ ଧଳା ଜହରର ଆଡ୍ଡାସ୍ଥଳୀ  ପାଲଟିଛି ଭଦ୍ରକ। ବିଭାଗୀୟ ଉଦାସୀନତାରୁ ମଦ ମୃତ୍ୟୁର ବିଭୀଷିକା ସୃଷ୍ଟି ନହେବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ।

Advertisment

[caption id="attachment_625044" align="alignnone" width="650"]publive-image ଧରାପଡ଼ି ଥିବା ନିଶା କାରବାର ଗ୍ୟାଙ୍ଗ[/caption]

ବାଲେଶ୍ୱର ଜିଲ୍ଲାରୁ ପ୍ରତ୍ୟେକ ଦିନ ୧୦ରୁ ୧୨ ହଜାର ଲିଟର ପର୍ଯ୍ୟନ୍ତ ଦେଶୀ ମଦ ଚୋରାରେ ଭଦ୍ରକ ଜିଲ୍ଲାକୁ ପ୍ରବେଶ କରୁଛି। ଏହା ସହ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ମଧ୍ୟ ବିପୁଳ ପରିମାଣରେ ମଦ ଜିଲ୍ଲାକୁ ଆସୁଛି। ବିଗତ ଦିନରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ସଂସ୍ଥା ଦ୍ୱାରା ଜବତ ହୋଇଥିବା ମଦ ବ୍ରାଉନସୁଗାର ବାଲେଶ୍ୱର ଜିଲ୍ଲାରୁ ଆସୁଥିବା ଜଣାପଡ଼ିଛି। ଯଦି କୁହାଯିବ ଭଦ୍ରକରେ ପାନ ଦୋକାନରେ ମଧ୍ୟ୍ୟ ବେଧଡକ ନିଶା ଜିନଷ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହା ସହ ଟାଟା ମ୍ୟାଜିକ, ପିକପ ଭ୍ୟାନରେ ମଦ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ସବୁଠୁ ବଡ କଥା ଏସକର୍ଟ ଗାଡି ଉକ୍ତ ଚୋରାଚାଲାଣ କରୁଥିବା ଗାଡିକୁ ସୁରକ୍ଷା ଦେଇ ଗନ୍ତବ୍ୟସ୍ଥଳରେ ପହଂଚାଉଛନ୍ତି।

Advertisment

ଏହି ବେଆଇନ କାରବାରକୁ ରୋକିବା ପୁଲିସ ଓ ଜିଲ୍ଲା ଅବକାରୀ ବିଭାଗର ଦାୟିତ୍ୱ ହୋଇଥିଲେ ମଧ୍ୟ ସମସ୍ତେ ନିରବ। ଗତ ଜାନୁୟାରୀ ୨୬ ତାରିଖରେ ସମସ୍ତ ରେକର୍ଡ ଭାଙ୍ଗିଲା ନିଶା କାରବାର। ଭଦ୍ରକ ଏସ୍‌ଟିଫ ଭଦ୍ରକରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କଲା। ପରେ ଫେବୃୟାରୀରେ ଧରା ପଡିଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର। ଏବେ ସପ୍ତାହରେ ଥରେ ବ୍ରାଉନସୁଗାର କାରାବର ଦେଖିବାକୁ ମିଳିଛି। ଭଦ୍ରକରେ ପ୍ରତ୍ୟେକ ଦିନ ଯେପରି ଭାବେ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଉଛି  ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ପାଲଟିଛି। ଏଠାରେ ଇଞ୍ଜନିରିଂ ପାସ କରିଥିବା ବୋହୂ ମଦ କାରବାରରେ ସଂପୃକ୍ତ ଥିବା ବେଳେ ମହିଳା ଓ ଯୁବ ପିଢ଼ି ଏବେ ବ୍ରାଉନସୁଗର ନିଶାରେ ବାୟା।

କେବଳ ନକଲି ଜର୍ଦ୍ଦା ନୁହେଁ ବ୍ରାଉନସୁଗାର, ମଦ ଗଂଜେଇର ଚରାଭୂଇଁ ପାଲଟିଛି ଭଦ୍ରକ। ଭଦ୍ରକ ସହରର ଚାକଚକ୍ୟ ଭିତରେ ଦିନକୁ ଦିନ ବଢ଼ି ଚାଲିଛ ଧଳା ଜହର କାରବାର। ଯୁବପିଢ଼ିରୁ ଶ୍ରମଜୀବୀ ସମସ୍ତେ ନିଶା କବଳରେ ଉବୁଟୁବୁ। ଛୋଟ ଛୋଟ ପିଲାମାନେ ମଧ୍ୟ ନିଶା ଖାଇବାକୁ କେନ୍ଦ୍ର କରି ଚୋରି ଡକାୟତି କରିବାକୁ ପଛାଉନାହାଁନ୍ତି। ସହରର ବିଭିନ୍ନ ଛକମାନଙ୍କରେ ଥିବା ଛୋଟ ଛୋଟ ପାନ ଦୋକାନରେ ମିଳୁଛି ବ୍ରାଉନ ସୁଗର। ସେପଟେ ଅବକାରୀ ବିଭାଗ ନାଁକୁ ମାତ୍ର ଆଖିଠାର ମାରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଏପଟେ ନିଶା କାରବାର କମିବାର ନାଁ ମଧ୍ୟ ନେଉନି। ଗତ ଦୁଇମାସ ଭିତରେ ପାଖା ପାଖି ୧୦ ଥରରୁ ଊର୍ଦ୍ଧ୍ୱ ବ୍ରାଉନ ସୁଗର ଜବତ ହୋଇସାରିଲାଣି। ଏହାକୁ ଲକ୍ଷ୍ୟ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କାଡ଼ ଗଠନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe