Advertisment

ସେବା ସମବାୟ ସମିତିରେ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘୋଟାଲାର ତଦନ୍ତ

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କ ନିକଟରେ ଏହି ଯୋଜନା ପହଂଚାଇବାର ଲକ୍ଷ୍ୟରେ ବିଭିନ୍ନ ଗାଁ ଗହଳରେ ସେବା ସମବାୟ ସମିତି ନିର୍ମାଣ କରାଯାଇଛି। ହେଲେ ସମବାୟ ସମିତିର କେତେକ ମୁନାଫାଖୋର ଅଧିକାରୀ ପାଇଁ ଚାଷୀଙ୍କ ନିକଟରେ ଯୋଜନା ପହଂଚିବା ତ ଦୂରର କଥା ଆହୁରି ଚାଷୀଙ୍କୁ ବିଭିନ୍ନ ଆଳ ଦେଖା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି। ଭଦ୍ରକ ଜିଲ୍ଲା […]

ସେବା ସମବାୟ ସମିତିରେ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘୋଟାଲାର ତଦନ୍ତ

6hn

Advertisment

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କ ନିକଟରେ ଏହି ଯୋଜନା ପହଂଚାଇବାର ଲକ୍ଷ୍ୟରେ ବିଭିନ୍ନ ଗାଁ ଗହଳରେ ସେବା ସମବାୟ ସମିତି ନିର୍ମାଣ କରାଯାଇଛି। ହେଲେ ସମବାୟ ସମିତିର କେତେକ ମୁନାଫାଖୋର ଅଧିକାରୀ ପାଇଁ ଚାଷୀଙ୍କ ନିକଟରେ ଯୋଜନା ପହଂଚିବା ତ ଦୂରର କଥା ଆହୁରି ଚାଷୀଙ୍କୁ ବିଭିନ୍ନ ଆଳ ଦେଖା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ସମିତି ଅଧିନରେ ଥିବା ଇରମ ସେବା ସମବାୟ ସମିତିରେ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘୋଟାଲା ହୋଇଥିବା ଘଟଣା ଜଣା ପଡିବା ପରେ ଏହାର ତଦନ୍ତ ଏବେ ଆରମ୍ଭ ହୋଇଛି।

Advertisment

ବାସୁଦେବପୁର କୋ-ଅପରେଟିଭ ବ୍ୟାଙ୍କ ଶାଖାରୁ ମିଳିଥିବା ସୂଚନା ଅନୁଯାଇ, ଇରମ ସେବା ସମବାୟ ସମିତିର ସଂପାଦକ ଜନସାଧାରଣଙ୍କ ୩୦ଲକ୍ଷରୁ ଊର୍ଦ୍ଧ ଟଙ୍କାକୁ ଅପବ୍ୟବହାର କରିଛନ୍ତି। ୨୦୧୫/୧୬ ଆଥିର୍କ ବର୍ଷରୁ ଅରମ୍ଭ କରି ୨୦୧୮/୧୯ ଅଥିର୍କ ବର୍ଷ ମଧ୍ୟରେ ୩୦ଲକ୍ଷ ୯୭ହଜାର ୮୨୧ଟଙ୍କାକୁ ଅପବ୍ୟବହାର କରିଥିବା ଏହି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ଗୋଟିଏ ପରିବାର ଏକାଧିକ ସଭ୍ୟ ମାନଙ୍କ ନାମରେ ଜାଲ ଋଣ କରାଯାଇ ସରକାରୀ ଅର୍ଥ ହଡପ କରାଯାଇଥିବା ସହିତ ଋଣ ଓ ଆଡଜଷ୍ଟମେଣ୍ଟ ନାମରେ ବ୍ଲାଙ୍କ ଡକ୍ୟୁମେଂଟରେ ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହୋଇଛି।

ଏଥିସହ ସମିତିର ସଭ୍ୟ ମାନଙ୍କୁ ଋଣ ପରିଶୋଧ ରସିଦ, ବୀମା କାଗଜପତ୍ର ଦିଆନଯାଇ ସେମାନଙ୍କ ଅଂଶଧନ, ଜମା ଓ ଋଣ ଦେଣନେଣ ବାବଦରେ ଅର୍ଥକୁ ସମିତିର ସମ୍ପାଦକ ହଡପ କରିଥିବା ଅଭିଯୋଗ କରିଛନ୍ତି ସମିତି ଅଧିନରେ ଥିବା ଚାଷୀ। ସମିତର ଚାଷୀଙ୍କ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଘଟଣାର ଅଭିଯୋଗ ପରେ ଆଜି ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳରୁ ଏକ ତଦନ୍ତକାରୀ ଦଳ ପହଂଚି କାଗଜପତ୍ରକୁ ଯାଂଚ କରିଥିଲେ। ଏଥିସହ ସମିତିର ସମ୍ପାଦକଙ୍କୁ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe