Advertisment

ଖର୍ଚ୍ଚ ହେବ ୭ କୋଟି, ଜମିକୁ ଯିବ ଜଳ

ଭଦ୍ରକ(ପାର୍ଥସାରଥୀ ନାୟକ):ସାଳନ୍ଦୀ ନଦୀର ଜଳ ପ୍ରବାହକୁ ସଂରକ୍ଷିତ କରି ରଖିବା ସହିତ ଚାଷ ଜମିକୁ ଜଳ ସେଚନର ସୁବିଧା ପାଇଁ ଏହି ନଦୀର ବାରିକପୁର ଠାରେ ଏକ ଚେକ ଡ୍ୟମ୍ ନିର୍ମାଣ କରାଯିବ। ଏଥିପାଇଁ ଏକ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଉପଲକ୍ଷେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ସାଂସଦ ମଞ୍ଜୁଲତା ମଣ୍ଡଳ ବାରିକପୁର ଠାରେ  ୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ନୂଆ ଚେକ ଡ୍ୟାମଟିର ଶିଳାନ୍ୟାସ […]

ଖର୍ଚ୍ଚ ହେବ ୭ କୋଟି, ଜମିକୁ ଯିବ ଜଳ

898

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ):ସାଳନ୍ଦୀ ନଦୀର ଜଳ ପ୍ରବାହକୁ ସଂରକ୍ଷିତ କରି ରଖିବା ସହିତ ଚାଷ ଜମିକୁ ଜଳ ସେଚନର ସୁବିଧା ପାଇଁ ଏହି ନଦୀର ବାରିକପୁର ଠାରେ ଏକ ଚେକ ଡ୍ୟମ୍ ନିର୍ମାଣ କରାଯିବ। ଏଥିପାଇଁ ଏକ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଉପଲକ୍ଷେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ସାଂସଦ ମଞ୍ଜୁଲତା ମଣ୍ଡଳ ବାରିକପୁର ଠାରେ  ୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ନୂଆ ଚେକ ଡ୍ୟାମଟିର ଶିଳାନ୍ୟାସ କରାଯାଇଛି।

Advertisment

ଏଥିରେ ସାଳନ୍ଦୀ କେନାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କ ସହିତ ଡିଭିଜନର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ପରେ ଗୁଜିଦରଡା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଓ ସାଂସଦ ସହିତ ବହୁ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ। ତେବେ ଦୀର୍ଘ ଦଶନ୍ଧି ଧରି ଏଠାରେ ଲୋକ ମାନେ ମାଟି ବନ୍ଧ ନିର୍ମାଣ କରି ନଦୀର ପାଣିକୁ ଅଟକାଇ ବହୁ କଷ୍ଟରେ ଚାଷ କାର୍ଯ୍ୟ କରୁଥିଲେ।

ତେଣୁ ସେମାନେ ଏଠାରେ ଗୋଟିଏ ବଡ଼ ଚେକଡ୍ୟାମ ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ଏହି ଚେକଡ୍ୟାମ ନିର୍ମାଣ ପରେ ଭଦ୍ରକ ଓ ତିହିଡି ବ୍ଲକ ପ୍ରାୟ ୮ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇ ପାରିବ ଓ ଲୋକ ମାନେ ଆବଶ୍ୟକ ଅନୁଯାଇ ନିଜ ଚାଷ ଜମିକୁ ଜଳ ସେଚିତ କରିପାରିବେ  ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe