/odisha-reporter/media/post_attachments/uploadimage/library/16_9/16_9_0/electric_1675144793.jpg)
electric
ଛାତ ଉପରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ସାବରଙ୍ଗ ଫାଣ୍ଡି ଅନ୍ତର୍ଗତ ଅଣ୍ଡରେଇ ସ୍ଥିତ ଲାଲାଜି ଗାଁରେ ଏପରି ଦୁଃଖଦ ଘଟଣା ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ ଭରତ ବେହେରା। ତାଙ୍କ ଘର ସାବରଙ୍ଗ ଥାନା ଅଞ୍ଚଳରେ। ଭରତ ଦିନ ମଜୁରିଆ ଭାବେ କରନ୍ତି।
Advertisment
ଅଣ୍ଡରେଇ ସ୍ଥିତ ଲାଲାଜି ଗାଁରେ ଜଣେ ବ୍ୟକ୍ତିଙ୍କର ମଙ୍ଗଳବାର ଘର ପ୍ରତିଷ୍ଠା ଥିଲା। ଏଥିପାଇଁ ସେ ଭରତଙ୍କୁ ଛାତ ଉପରେ ପଡ଼ିଥିବା ଅଳିଆ ସଫା କରିବା ପରେ ଗ୍ରୀଲ୍ ଝରକାରେ ଲାଗିଥିବା ସିମେଣ୍ଟ ଗୁଡ଼ିକୁ ଖସି ସଫା କରିବା ପାଇଁ କହିଥିଲେ। ଭରତ ଛାତ ଉପରେ ଅଳିଆ ସଫା କରୁଥିବା ବେଳେ ସେଠାରେ ଏକ ବିଦ୍ୟୁତ୍ ତାର ଛିଡି ହୋଇ ପଡ଼ିଥିଲା। ଭରତ ସେହି ତାର ସଂସ୍ପର୍ଶରେ ଆସିଯାଇଥିଲେ।
ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
