Advertisment

ନାଲି ସ୍କୁଟିରେ ଆସି ଝାମ୍ପି ନେଲେ

ବନ୍ତରେ ଏକ ଔଷଧ ଦୋକାନରୁ ଟଙ୍କା କଲେକ୍‌ସନ୍‌ କରି ଶ୍ରୀ ଦାସ ନିଜ ବାଇକ୍‌ ପାଖକୁ ଯାଇଥିଲେ। ସେତେବେଳେ ତାଙ୍କ ବାଇକ ହ୍ୟାଣ୍ଡେଲରେ କିଛି ଜିନିଷ ଲାଗିଥିବା ସେ ଦେଖିବାକୁ ପାଇଥିଲେ। ତେଣୁ ଅନ୍ୟମନସ୍କ ଭାବେ ସେ ଟଙ୍କା ବ୍ୟାଗକୁ ବାଇକ୍‌ରେ ଟାଙ୍ଗି ଦେଇ ପାଖ ଦୋକାନରୁ ପାଣି ଆଣିବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Red Scooter

Red Scooter

Advertisment

ନାଲି ସ୍କୁଟିରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁଇ ଦୁର୍ବୃତ୍ତ। ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ୍‌। ମାତ୍ର ବର୍ତ୍ତମାନ ସୁଦ୍ଧା ଲୁଟ୍‌ ହୋଇଥିବା ଲକ୍ଷେ ଟଙ୍କା ଓ ଚେକ୍‌ବୁକ୍‌ ଉଦ୍ଧାର ହୋଇପାରି ନାହିଁ।

Advertisment

ଭଣ୍ଡାରିପୋଖରୀ ଥାନା ବାଲିଗଢିଆ ଗାଁର ଧିରତ ଦାସ ଭଦ୍ରକ ନାରାୟଣ ଫାରର୍ମାରେ ଟଙ୍କା କଲେକସନର ଭାବେ କାର୍ଯ୍ୟ କରନ୍ତି। ପ୍ରତି ସପ୍ତାହର ଶୁକ୍ରବାର ଓ ଶନିବାର ସେ ଔଷଧ ଦୋକାନୀଙ୍କଠାରୁ ଟଙ୍କା ଆଦାୟ କରିଥାନ୍ତି। ଆଜି ସକାଳେ ସେ କେନ୍ଦୁଆପଦା, ଗଣିଜାଙ୍ଗ ପରେ ବନ୍ତର କେତେକ ମେଡିସିନ ଷ୍ଟୋରରୁ ନଗଦ ଏକ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଚ୍ୟାକ କଲେକସନ କରି ନିଜର ବ୍ୟାଗରେ ରଖିଲେ।

ତେବେ ବନ୍ତରେ ଏକ ଔଷଧ ଦୋକାନରୁ ଟଙ୍କା କଲେକ୍‌ସନ୍‌ କରି ଶ୍ରୀ ଦାସ ନିଜ ବାଇକ୍‌ ପାଖକୁ ଯାଇଥିଲେ। ସେତେବେଳେ ତାଙ୍କ ବାଇକ ହ୍ୟାଣ୍ଡେଲରେ କିଛି ଜିନିଷ ଲାଗିଥିବା ସେ ଦେଖିବାକୁ ପାଇଥିଲେ। ତେଣୁ ଅନ୍ୟମନସ୍କ ଭାବେ ସେ ଟଙ୍କା ବ୍ୟାଗକୁ ବାଇକ୍‌ରେ ଟାଙ୍ଗି ଦେଇ ପାଖ ଦୋକାନରୁ ପାଣି ଆଣିବାକୁ ଯାଇଥିଲେ। ଠିକ୍‌ ସେହି ସମୟରେ ଏକ ନାଲି ରଙ୍ଗର ସ୍କୁଟିରେ ଦୁଇ ଜଣ ଯୁବକ ଆସି ସେହି ବ୍ୟାଗକୁ ଧରି କେନ୍ଦୁଆପଦା ରାସ୍ତାରେ ପଳାଇ ଯାଇଥିଲେ। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଶ୍ରୀ ଦାସ ପିଛା କରିଥିଲେ। ମାତ୍ର ବିଫଳ ହୋଇଥିଲେ।

Advertisment

ଶ୍ରୀ ଦାସ ଏନେଇ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଲୁଟ୍‌ ହୋଇଥିବା ଟଙ୍କା ପୁଲିସ୍‌ ଜବତ କରିପାରି ନାହିଁ।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Loot Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe