Advertisment

ମାସେ ତଳେ ମୋତିଆବିନ୍ଦୁ ଅପରେସନ୍‌ ହୋଇଥିଲେ, କିନ୍ତୁ ଏବେ ବିଲ୍‌କୁଲ୍‌ ଦେଖାଯାଉନି

ଅପରେସନ୍‌ ପରେ ବଂଶୀଧର ଡିସ୍‌ଚାର୍ଜ ହୋଇ ଘରକୁ ଯାଇଥିଲେ। ମଝିରେ ମଝିରେ ଚେକ୍‌ଅପ୍‌ ମଧ୍ୟ କରୁଥିଲେ। ଇତି ମଧ୍ୟରେ ଦେଢ଼ ମାସ ବିତିଲାଣି। ହେଲେ ତାଙ୍କ ଆଖିକୁ ଏବେ ବିଲ୍‌କୁଲ ଦେଖାଯାଉ ନାହିଁ। ତେଣୁ ତାଙ୍କ ପରିବାର ଲୋକେ ଆଜି ଡ଼ାକ୍ତରଙ୍କୁ ଭେଟିବାକୁ ଆସିଥିଲେ।

Bansi

Bansi

Advertisment

ମାସେ ତଳେ ମୋତିଆବିନ୍ଦୁ ଅପରେସନ୍‌ ହୋଇଥିଲେ ବଂଶୀଧର ରାଉତ। ଭାବିଥିଲେ ଅପରେସନ୍‌ ପରେ ଭଲ ଦେଖାଯିବ। ହେଲେ ତାଙ୍କ ଭାବନା ପୂରା ଭୁଲ୍‌ ହୋଇଗଲା। ଅପରେସନ୍‌ ପରେ ତାଙ୍କୁ ଏବେ ବିଲ୍‌କୁଲ୍‌ ଦେଖାଯାଉନି। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକରୁ।

Advertisment

ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା। ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଆସିଥିଲେ। ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ। ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିଥିଲେ। ତା’ପରେ ତାଙ୍କର ଅପରେସନ୍‌ କରାଯାଇଥିଲା। ଡାକ୍ତର ସିଂ ଅପରେସନ୍‌ କରିଥିଲେ।

ଅପରେସନ୍‌ ପରେ ବଂଶୀଧର ଡିସ୍‌ଚାର୍ଜ ହୋଇ ଘରକୁ ଯାଇଥିଲେ। ମଝିରେ ମଝିରେ ଚେକ୍‌ଅପ୍‌ ମଧ୍ୟ କରୁଥିଲେ। ଇତି ମଧ୍ୟରେ ଦେଢ଼ ମାସ ବିତିଲାଣି। ହେଲେ ତାଙ୍କ ଆଖିକୁ ଏବେ ବିଲ୍‌କୁଲ ଦେଖାଯାଉ ନାହିଁ। ତେଣୁ ତାଙ୍କ ପରିବାର ଲୋକେ ଆଜି ଡ଼ାକ୍ତରଙ୍କୁ ଭେଟିବାକୁ ଆସିଥିଲେ। ଡ଼ାକ୍ତର ଆଉ ଥରେ ବଂଶୀଧରଙ୍କ ଆଖି ପରୀକ୍ଷା କରି ରେଟିନା ପ୍ରୋବ୍ଲେମ୍‌ ଅଛି ବୋଲି କହି କଟକ ରେଫର କରିବାକୁ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଏହା ପରେ ବଂଶୀଧରଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak Bhadrak Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe