Advertisment

‘ପଂଚାୟତ ନିର୍ବାଚନରେ ଫନ୍ଦି ଫିକର କରି ଜିତିଛି ବିଜେଡି, କିନ୍ତୁ ପୌର ନିର୍ବାଚନରେ...’

ଭଦ୍ରକ(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଫନ୍ଦି ଫିକର କରି ଜନମତ ହାସଲ କରିଛି ବିଜେଡି। ବାଲାଟ୍ ପେପର ସାହାରା ନେଇ ବ୍ୟାପକ ଜାଲିଆତି କରି ଏକତରଫା ବିଜୟ ଦଳ ହାସଲ କରିଛି ।  କିନ୍ତୁ ପୌର ନିର୍ବାଚନରେ ଇଭିଏମ୍ ବ୍ୟବହାର ହେବାକୁ ଥିବାରୁ ଆଉ ସେଭଳି କାରସାଦି ସମ୍ଭବ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନରେ ବିଜେଡିର ବାଜିମାତକୁ ସହଜେ ହଜମ କରିପାରୁ ନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। […]

author-image
Niharika Rout
‘ପଂଚାୟତ ନିର୍ବାଚନରେ ଫନ୍ଦି ଫିକର କରି ଜିତିଛି ବିଜେଡି, କିନ୍ତୁ ପୌର ନିର୍ବାଚନରେ...’

minister

ଭଦ୍ରକ(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ଫନ୍ଦି ଫିକର କରି ଜନମତ ହାସଲ କରିଛି ବିଜେଡି। ବାଲାଟ୍ ପେପର ସାହାରା ନେଇ ବ୍ୟାପକ ଜାଲିଆତି କରି ଏକତରଫା ବିଜୟ ଦଳ ହାସଲ କରିଛି ।  କିନ୍ତୁ ପୌର ନିର୍ବାଚନରେ ଇଭିଏମ୍ ବ୍ୟବହାର ହେବାକୁ ଥିବାରୁ ଆଉ ସେଭଳି କାରସାଦି ସମ୍ଭବ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

Advertisment

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନରେ ବିଜେଡିର ବାଜିମାତକୁ ସହଜେ ହଜମ କରିପାରୁ ନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଏହା ଲୋକଙ୍କ ଭଲପାଇବା ତଥା ସେମାନେ ଜିତାଇଥିବା ଶାସକ ଦଳ ନେତା ଡେଙ୍ଗୁରା ପିଟୁଥିବା ବେଳେ ଏଥିରେ କିନ୍ତୁ ଚଞ୍ଚକତାର ଗନ୍ଧ ବାରି ପାରୁଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ ।

ଏନେଇ ସେ କହିଛନ୍ତି, ବିଜେଡି ନିର୍ବାଚନରେ ହାରିବା ନେଇ ଆଗରୁ ପ୍ରସ୍ତୁତ ଥିବାରୁ ବିଭିନ୍ନ ଜାଲିଆତି କରି ଭୋଟ୍ ନେବାରେ ସଫଳ ହୋଇଛି। ହେଲେ ପୌର ନିର୍ବାଚନକୁ ପଞ୍ଚାୟତ ନିର୍ବାଚନର ଫଳାଫଳ ଆଦୌ ପ୍ରଭାବିତ କରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି କେନ୍ଦ୍ରମନ୍ତ୍ରୀ ବାରିପଦା ଯିବା ବାଟରେ ଭଦ୍ରକଠାରେ ସାମ୍ବାଦିକମାନଙ୍କୁ ଏକଥା କହିଛନ୍ତି  । ସେପଟେ ବିଶ୍ୱେଶ୍ୱର ଟୁଡୁଙ୍କ ଅଭିଯୋଗ ନେଇ ଶାସକ ଦଳ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

ଏନେଇ ମନ୍ତ୍ରୀ ଟୁଡ଼ୁ କହିଛନ୍ତି, ବାଲାଟ ପେପର ସିଷ୍ଟମ ହେଲା, ସେଥିରେ ଚଞ୍ଚକତା କରିବା ଖୁବ୍‌ ସହଜ। ୧୦ ଦିନ ଷ୍ଟ୍ରଙ୍ଗ ରୁମ୍‌ରେ ରଖିଲେ, ୧୧-ସି ପେପର ବହୁ ଜାଗାରେ ଦେଲେନି, ସେଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ଆଗରୁ ପ୍ରସ୍ତୁତ ଥିଲେ ଚଞ୍ଚକତା କରିବାକୁ।