Advertisment

ଭୁଲ୍‌ ଇଞ୍ଜେକସନ୍ ଯୋଗୁ ନାବାଳକର ମୃତ୍ୟୁ, ଡାକ୍ତରଙ୍କୁ ପିଟିଲେ ପରିବାର ଲୋକେ

ଶୁଭେନ୍ଦୁଙ୍କୁ ୨ରୁ ୩ ଦିନ ହେବ ଜ୍ୱର ହେଉଥିଲା। ଏଥିପାଇଁ ପରିବାର ଲୋକେ ଗତକାଲି ଭଦ୍ରକର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
student dead

student dead

ପୁଅର ଦେହ ଭଲ ନ ଥିବାରୁ ତାକୁ ଡାକ୍ତର ପାଖକୁ ଆଣିଥିଲେ ପରିବାର ଲୋକେ। ଭାବିଥିଲେ ଚିକିତ୍ସା ପରେ ପୁଅ ସୁସ୍ଥ ହୋଇ ଘରକୁ ଫେରିବ। ମାତ୍ର ସବୁ କିଛି ଓଲଟା ହୋଇଗଲା। ଡାକ୍ତର ଇଞ୍ଜେକସନ୍ ଦେବା ପରେ ହସ୍ପିଟାଲ ବେଡରେ ହିଁ ଛଟପଟ ହୋଇ ଆଖି ବୁଜିଦେଲା ନାବାଳକ ପୁଅ। ହଠାତ୍‌ ସବୁ କିଛି ଓଲଟପାଲଟ ହୋଇ ଯିବା ପରେ ଧୈର୍ଯ୍ୟହରା ପରିବାର ଲୋକଙ୍କ ମୁଣ୍ଡ ଉପରେ ଆକାଶ ଛିଡ଼ି ପଡ଼ିଲା। ଆଉ ହିତାହିତ ଜ୍ଞାନ ହରାଇ ବସି ଡାକ୍ତରଙ୍କ ସମେତ ତାଙ୍କ କର୍ମଚାରୀଙ୍କୁ ପିଟି ପିଟି ଗୁରୁତର କରିଛନ୍ତି ପରିବାର ଲୋକେ। ସେମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଏକ ଘରୋଇ କ୍ଲିନିକରେ। ମୃତ ନାବାଳକ ଜଣଙ୍କ ହେଲେ ଶୁଭେନ୍ଦୁ ରାଉଳ। ତାଙ୍କ ଘର ଭଦ୍ରକ ଅଞ୍ଚଳରେ। ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ।

Advertisment

ଶୁଭେନ୍ଦୁଙ୍କୁ ୨ରୁ ୩ ଦିନ ହେବ ଜ୍ୱର ହେଉଥିଲା। ଏଥିପାଇଁ ପରିବାର ଲୋକେ ଗତକାଲି ଭଦ୍ରକର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ। ଶୁଭେନ୍ଦୁଙ୍କ ଟନସିଲ୍ ପାଚିଯାଇଥିବା ଡାକ୍ତର କହିଥିଲେ। ଏଥିପାଇଁ କିଛି ଇଞ୍ଜେକସନ୍ ଓ ମେଡିସିନ୍ ଦେଇଥିଲେ। ଶୁଭେନ୍ଦୁଙ୍କୁ ଇଞ୍ଜେକସନ୍ ଦେବାର କିଛି ସମୟ ପରେ ରିଆକ୍ସନ ଦେଖାଯାଇଥିଲା। ପିଲାଟିର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏଥିପାଇଁ ଶୁଭେନ୍ଦଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯିବାକୁ ପରିବାର ଲୋକଙ୍କୁ କହିଥିଲେ।

ପରିବାର ଲୋକେ ଶୁଭେନ୍ଦୁଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ସମୟରେ ଶୁଭେନ୍ଦୁଙ୍କ ମୃତ୍ୟୁ ଘଟିଥିଲା। ଘରୋଇ କ୍ଲିନିକରେ ଡାକ୍ତର ଭୁଲ ଇଞ୍ଜେକସନ୍ ଦେବା ଯୋଗୁ ପିଲାଟି ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଉତ୍ତ୍ୟକ୍ତ ଲୋକେ ଘରୋଇ କ୍ଲିନିକର ଡାକ୍ତର ଓ ଅନ୍ୟ ଜଣେ କର୍ମଚାରୀ ମାଡ଼ ମାରିଥିଲେ। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉତ୍ତେଜନାକୁ ଦେଖି ମେଡିକାଲ ପରିସରରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି।

Bhadrak News Student Dead