Advertisment

ରାତିରେ ଫୋନ୍‌ କରି ନର୍ସଙ୍କୁ କ୍ୱାର୍ଟରକୁ ଡାକୁଥିଲେ ଡାକ୍ତର

ପୀଡ଼ିତା ଏତଲା ଆହୁରି ଦର୍ଶାଇଛନ୍ତି, ସବୁ ବେଳେ ଶାରୀରିକ ସମ୍ପର୍କ ରଖିବାକୁ କହୁଥିଲେ ଓ ଜୋରଦସ୍ତି କରୁଥିଲେ। ଏପରି ନକଲେ ମାରିଦେବାକୁ ଧମକ ଦେଉଥିଲେ।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ରାତିରେ ଫୋନ୍‌ କରି କ୍ୱାର୍ଟରକୁ ଡାକୁଥିଲେ ଡାକ୍ତର! ମନାକଲେ ଘରେ ପଶି ଦୁଷ୍କର୍ମ କରିବେ ବୋଲି ଧମକ ଦେଉଥିଲେ ବୋଲି ଅଭିଯୋଗ ଆସିଛି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ବିରୋଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ଜଣେ ଷ୍ଟାଫ୍‌ ନର୍ସ। ଏନେଇ ପୀଡ଼ିତା ନର୍ସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଚନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ବର୍ଷ ଧରି ଷ୍ଟାଫ୍‌ନର୍ସ ଭାବେ କାମ କରୁଛନ୍ତି ନିକିତା(ଛଦ୍ମନାମ)। ସେ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି, ଉକ୍ତ ମେଡ଼ିକାଲ୍‌ରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ପ୍ରଦ୍ୟୁମ୍ନ ସାହୁ ସବୁବେଳେ ତାଙ୍କ ମର୍ଯ୍ୟାଦାହାନୀ କରୁଛନ୍ତି। ମେଡ଼ିକାଲ୍‌ରେ କାମ କଲା ବେଳେ ନାନା ହଇରାଣ ହରକତ କରୁଛନ୍ତି। ଏକୁଟିଆ ପାଇଲେ ଟଣାଓଟରା କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ରାତି ଅଧରେ ଫୋନ୍‌ କରି ଡାକୁଛନ୍ତି। ମନା କଲେ ଅଶ୍ଲୀଳ ଭାଷାରେ ଗାଳି ଦେଉଛନ୍ତି। କ୍ୱାର୍ଟରରେ ପଶି ଦୁଷ୍କର୍ମ କରିବେ ବୋଲି ଧମକ ଦେଉଛନ୍ତି। ଯାହାର ରେକଡିଂ ମୋ’ ପାଖରେ ରହିଛି ବୋଲି ପୀଡ଼ିତା କହିଛନ୍ତି। ଏଥିସହ ମୋ’ ସ୍ୱାମୀଙ୍କୁ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେଉଥିବା ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି।

ପୀଡ଼ିତା ଏତଲାରେ ଆହୁରି ଦର୍ଶାଇଛନ୍ତି, ସବୁ ବେଳେ ଶାରୀରିକ ସମ୍ପର୍କ ରଖିବାକୁ କହୁଛନ୍ତି ଓ ଜୋରଜବରଦସ୍ତି କରୁଛନ୍ତି। ଏପରି ନକଲେ ମାରିଦେବାକୁ ଧମକ ଦେଉଛନ୍ତି। ଡାକ୍ତର ସାହୁ ମୋ ନାଁରେ ନାନା ଅପପ୍ରଚାର କରୁଥିବା ପୀଡ଼ିତା ଷ୍ଟାଫ୍‌ ନର୍ସ ଅଭିଯୋଗରେ ଦର୍ଶାଇଛନ୍ତି।

Advertisment

ପୀଡ଼ିତା ବୁଧବାର ଏନେଇ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କୌଣସି ସହଯୋଗ କରି ନ ଥିବା ଅଭିଯୋଗ କରିଥିଲେ। ଏହାପରେ ସେ ଭଦ୍ରକ ଏସ୍‌ପିଙ୍କୁ ଫୋନ୍‌ କରି ପୂରା ଘଟଣା ସମ୍ପର୍କରେ କହିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ପୁଲିସ୍‌ 176 ଓ 294, 353, 354, 354-A , 506 ଓ 509 ଦଫାରେ ମାମଲା ରୁଜୁ କରିଛି। ଆଉ ପୀଡ଼ିତାଙ୍କ 164 ବୟାନ କେକର୍ଡ଼ କରିଛି।

ସେପଟରେ ଡାକ୍ତର କିଛି ଜାଣି ନ ଥିବା କହିଛନ୍ତି। ପୁଲିସ ଏନେଇ ମୁହଁ ଖୋଲୁନାହିଁ।

ରିପୋର୍ଟ-ଚାନ୍ଦବାଲିରୁ ବାସୁଦେବ ଦାସ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe