Advertisment

ମାସାଧିକ କାଳ ଜଳବନ୍ଦୀ ୧୦ ପରିବାର

ଭଦ୍ରକ( ପାର୍ଥ ସାରଥୀ ନାୟକ): ଏହା କୌଣସି ସମୁଦ୍ର କି ନଦୀକୂଳବର୍ତ୍ତୀ ଅଂଚଳ ନୁହେଁ। ଏହା ହେଉଛି ସମ୍ପୂର୍ଣ୍ଣ ଶୁଖିଲା ଗାଁ ଅଂଚଳର କଥା। ମନୁଷ୍ୟକୃତ ଭୁଲ ଯୋଗୁ ୧୦ଟି ପରିବାର ମାସାଧିକ ସମୟ ପାଣି ଭିତରେ ଜୀବନ ବିତାଉଥିବା ବେଳେ ଗାଁ ର ଅନ୍ୟ ପରିବାର ମଧ୍ୟ ମନୁଷ୍ୟ କୃତ ବନ୍ୟାକୁ ସାମ୍ନା କରୁଛନ୍ତି। ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ନଆମି  ପଂଚାୟତ ୧୧ନଂ ୱାର୍ଡ ଶଙ୍ଖୁଳା ଗ୍ରାମର ୧୦ଗୋଟି ଅନୁସୂଚିତ ଜାତିର ପରିବାର ଏବେ ପାଣି […]

ଅଦ୍ୟତନ ହୋଇଛି
ମାସାଧିକ କାଳ ଜଳବନ୍ଦୀ ୧୦ ପରିବାର

5gn

Advertisment

ଭଦ୍ରକ( ପାର୍ଥ ସାରଥୀ ନାୟକ): ଏହା କୌଣସି ସମୁଦ୍ର କି ନଦୀକୂଳବର୍ତ୍ତୀ ଅଂଚଳ ନୁହେଁ। ଏହା ହେଉଛି ସମ୍ପୂର୍ଣ୍ଣ ଶୁଖିଲା ଗାଁ ଅଂଚଳର କଥା। ମନୁଷ୍ୟକୃତ ଭୁଲ ଯୋଗୁ ୧୦ଟି ପରିବାର ମାସାଧିକ ସମୟ ପାଣି ଭିତରେ ଜୀବନ ବିତାଉଥିବା ବେଳେ ଗାଁ ର ଅନ୍ୟ ପରିବାର ମଧ୍ୟ ମନୁଷ୍ୟ କୃତ ବନ୍ୟାକୁ ସାମ୍ନା କରୁଛନ୍ତି। ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ନଆମି  ପଂଚାୟତ ୧୧ନଂ ୱାର୍ଡ ଶଙ୍ଖୁଳା ଗ୍ରାମର ୧୦ଗୋଟି ଅନୁସୂଚିତ ଜାତିର ପରିବାର ଏବେ ପାଣି ଭିତରେ ଜୀବନ ବିତାଉଛନ୍ତି। ଏଭଳି ସମସ୍ୟା ପୂର୍ବରୁ କେବେ ଘଟିନଥିବାବେଳେ ଚଳିତବର୍ଷ ଜନୈକ ବ୍ୟକ୍ତି ଗାଁକୁ ଲାଗି ଏକ ପୋଖରୀ ଖୋଳିବାରୁ ପାର୍ଶ୍ୱ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ବର୍ଷ ବର୍ଷ ଧରି ଯେଉଁ ବାଟେ ଜଳନିଷ୍କାସନ ହେଉଥିଲା ସେଠାରେ ପୋଖରୀର ଆଡ଼ି ପଡ଼ିଥିବାରୁ ପାଣି ଯିବା ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ୧୦ଟି ପରିବାରର ୬୦ରୁ ଅଧିକ ଲୋକେ ଦୈନନ୍ଦିନ  ସୃଷ୍ଟି କୃତ୍ରିମ ବନ୍ୟାରେ ଯାତାୟତ କରୁଛନ୍ତି। ସଂପ୍ରତି କରୋନା ମଣିଷ ପାଇଁ ବିପଦ ଆଣୁ ଥିବାବେଳେ ଏଭଳି ପରିସ୍ଥିତି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ ଏଥିରେ ସନ୍ଦେହ ନାହିଁ। ବିଶେଷ କରି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ପାଣିରେ ଯାତାୟତ କରୁଥିବାରୁ ଅନେକ ସମୟରେ ଥଣ୍ଡା ଜ୍ୱରରେ ପ୍ରଭାବିତ ହେଉଥିବା ସୂଚନା ମିଳିଛି। ଏହାଛଡା ଗାଁର ଅନ୍ୟ ପରିବାର ମଧ୍ୟ ଏହି କୃତ୍ରିମ ବନ୍ୟାରେ ପ୍ରଭାହିତ ହୋଇଥିବାବେଳେ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe