Advertisment

ପୁଅ ଦେଲା ସାହସ, ୫୭ ବର୍ଷରେ ମାଟ୍ରିକ୍ ପାସ୍ କଲେ ମା’

ଭଦ୍ରକ(ପାର୍ଥ ସାରଥୀ ନାୟକ): ପ୍ରବଳ ଇଚ୍ଛା ଶକ୍ତି ଥିଲେ ସଫଳତା ଅବସ୍ୟମ୍ଭାବି । ଏହା କରି ଦେଖାଇଛନ୍ତି ଆଶା ଦିଦି। ଦୃଢ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ ଏଥିରେ ସନ୍ଦେହ ନାହିଁ । ଏମିତି ଜଣେ କୃତିତ୍ୱ ଲାଭ କରିଛନ୍ତି ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି। ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କୁ ହରାଇ ଥିଲେ ସ୍ୱର୍ଣ୍ଣଲତା। ଭାଗ୍ୟକୁ […]

author-image
Tapas Behera
ପୁଅ ଦେଲା ସାହସ, ୫୭ ବର୍ଷରେ ମାଟ୍ରିକ୍ ପାସ୍ କଲେ ମା’

70

ଭଦ୍ରକ(ପାର୍ଥ ସାରଥୀ ନାୟକ): ପ୍ରବଳ ଇଚ୍ଛା ଶକ୍ତି ଥିଲେ ସଫଳତା ଅବସ୍ୟମ୍ଭାବି । ଏହା କରି ଦେଖାଇଛନ୍ତି ଆଶା ଦିଦି। ଦୃଢ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ ଏଥିରେ ସନ୍ଦେହ ନାହିଁ । ଏମିତି ଜଣେ କୃତିତ୍ୱ ଲାଭ କରିଛନ୍ତି ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି। ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କୁ ହରାଇ ଥିଲେ ସ୍ୱର୍ଣ୍ଣଲତା। ଭାଗ୍ୟକୁ ଆଦରି ପିଲାଛୁଆଙ୍କୁ ଧରି ଯଥେ କଷ୍ଟେ ଚଳି ଆସୁଥିଲେ ।

Advertisment

ପରିବାର ଆର୍ଥିକ ଅବସ୍ଥା ଯୋଗୁଁ ସେ ସପ୍ତମ ପାସ କରିଥିବା ଗାଁ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ ଆରମ୍ଭ କଲେ। ମାସିକ ୧୦୦ଟଙ୍କା ଦରମାରେ ଗାଁ ସ୍କୁଲରେ ପାଚିକା ଭାବେ ନିଯୁକ୍ତି ପାଇଥିଲେ। ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ । ଜଣେ ଭଲ ପାଚିକା ଓ ଆଶା ଦିଦି ଭାବେ ସମଗ୍ର ଅଞ୍ଚଳରେ ବେଶ ପ୍ରସିଦ୍ଧ ଲାଭ କରିଥିଲେ। ନିଜର ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷିତ ମଧ୍ୟ କରାଇଛନ୍ତି।

ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ଜଣେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରି କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ଘୋଷଣା ହୋଇଥିଲା। ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ୫୭ବର୍ଷ ବୟସରେ ସ୍ୱର୍ଣ୍ଣଲତା ୨୦୧୯ ଡିସେମ୍ବରରେ ଓଡିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏହା ପରେ କରୋନା କଟକଣା ଯୋଗୁଁ ୨୦୨୦ରେ ହୋଇପାରି ନଥିଲା ମାଟ୍ରିକ ପରୀକ୍ଷା । ପରେ ସେପ୍ଟେମ୍ବର ମାସରେ ଓଡିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ସ୍ଥିର କରାଯାଇଥିଲା ଓ ସେ  ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲରେ ପରୀକ୍ଷା ଦେଇଥିଲେ । ହେଲେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇନଥିଲେ ।

Advertisment

ସମସ୍ତ ବିଷୟରେ ପାସ କରିଥିବା ବେଳେ ଇଂରାଜୀରେ ଖରାପ ହୋଇଥିଲା । ଚଳିତ ଥର ପୁଣି ଥରେ ସେ ଗୋଟିଏ ବିଷୟ ପାଇଁ ଫର୍ମ ଫିଲପ କରିଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି । ସ୍ୱର୍ଣ୍ଣଲତା କହିଛନ୍ତି ଯେ, ଏତେ ବର୍ଷ କାମ କଲା ପରେ ସରକାର ନିର୍ଦ୍ଦେଶ ଜାରି କଲେ ଯେ, ଦଶମ ପରୀକ୍ଷା ପାସ କରି ନଥିଲେ ଚାକିରିରୁ ବାହାର କରି ଦିଆଯିବ। ତାପରେ ମୁଁ ଏହାକୁ ଏକ ଚ୍ୟାଲେଞ୍ଚ ଭାବେ ଗ୍ରହଣ କଲି। ଆଉ ମୋ ପୁଅ ମୋତେ ବହୁତ ଉତ୍ସାହିତ କରିଥିଲା ।