Advertisment

ପୁଲିସ୍‌ ପାଦ ତଳେ ମାସେ ହେଲା ପଡ଼ୁଛୁ, ହେଲେ...

ଭଦ୍ରକ(ପାର୍ଥ ସାରଥୀ ନାୟକ): କୋର୍ଟ ଡିଗ୍ରୀ ଦେଲା। ହେଲେ ପୁଲିସ୍‌ କହୁଛି ଆମେ ବୁଝିବୁନି । ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲୁ। ଏପରିକି ପୁଲିସ୍‌ ପାଦ ତଳେ ମାସେ ହେଲା ପଡ଼ୁଛୁ। ହେଲେ ଶୁଣୁନି ପୁଲିସ୍‌। ଆମର ଧନ ବଳ କି ଲୋକ ବଳ ନାହିଁ। ତା’ ହେଲେ ସମାଜରେ ବଞ୍ଚି କି କ’ଣ କରିବୁ। ଆଜି ନିଜ ମା’ ସହ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ଦେବାକୁ ଉଦ୍ୟତ […]

author-image
Niharika Rout
ଅଦ୍ୟତନ ହୋଇଛି
ପୁଲିସ୍‌ ପାଦ ତଳେ ମାସେ ହେଲା ପଡ଼ୁଛୁ, ହେଲେ...

bhadrak---suicide

ଭଦ୍ରକ(ପାର୍ଥ ସାରଥୀ ନାୟକ): କୋର୍ଟ ଡିଗ୍ରୀ ଦେଲା। ହେଲେ ପୁଲିସ୍‌ କହୁଛି ଆମେ ବୁଝିବୁନି । ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲୁ। ଏପରିକି ପୁଲିସ୍‌ ପାଦ ତଳେ ମାସେ ହେଲା ପଡ଼ୁଛୁ। ହେଲେ ଶୁଣୁନି ପୁଲିସ୍‌। ଆମର ଧନ ବଳ କି ଲୋକ ବଳ ନାହିଁ। ତା’ ହେଲେ ସମାଜରେ ବଞ୍ଚି କି କ’ଣ କରିବୁ। ଆଜି ନିଜ ମା’ ସହ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ଦେବାକୁ ଉଦ୍ୟତ ଜଣେ ଯୁବକ କୋହ ଭରା କଣ୍ଠରେ ଏପରି କହିଛନ୍ତି।

Advertisment

publive-image

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଅଞ୍ଚଳର ପଞ୍ଚାନନ ପାତ୍ର ଓ ତାଙ୍କ ମା’ ଜୋତ୍ସାରାଣୀ ପାତ୍ର  ଜମିବାଡ଼ି ବିବାଦ ନେଇ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଜମି ଜବରଦଖଲ ହୋଇଥିବା ନେଇ ପୁଲିସ୍‌, ତହସିଲଦାର, ଜିଲ୍ଲାପାଳଙ୍କ ନିକଟରେ ବହୁ ଥର ଅଭିଯୋଗ କରିଥିଲେ । କୋର୍ଟର ଆଶ୍ରୟ ନେଇଥିଲେ । ଡିଗ୍ରୀ ପରେ ମଧ୍ୟ ଜବରଦଖଲକାରୀ ନିୟମକୁ ମାନି ନ ଥିଲେ ।

publive-image

ଏନେଇ ଉଭୟ ମା’  ପୁଅ ପୁଣି ଗ୍ରାମାଞ୍ଚଳ ଥାନାର ଆଶ୍ରୟ ନେବା ସହ ଭଦ୍ରକ ଏସପିଙ୍କୁ ଭେଟିଥିଲେ । ଏସପିଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ମଧ୍ୟ ଜବରଦଖଲକାରୀ ତାହାକୁ ଭ୍ରୁକ୍ଷେପ କରିନଥିଲେ । ଶେଷରେ ମା’ ଓ ପୁଅ ଭଦ୍ରକ ଏସପିଙ୍କୁ ଭେଟିବା ସହ କୌଣସି ସଠିକ ଉତ୍ତର ନପାଇବାରୁ ଆଜି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ ଢାଳି ହେବା ବେଳେ ପୁଲିସ୍‌ କର୍ମୀ ଉଭୟଙ୍କୁ ଉଦ୍ଧାର କରିଛନ୍ତି ।

Advertisment

publive-image

ଏନେଇ ପଞ୍ଚାନନ କହିଛନ୍ତି, ୧୦ ବର୍ଷ ହେଲା ମୋ ଜମି ପଡ଼ିଆ ପଡ଼ିଛି। ମୋ ପ୍ଲଟକୁ ଜବରଦଖଲ କରି  ଘର କରି ଚାଲିଛନ୍ତି।  ମୋ’  ପରିବାର ଏହି ଜମି ଉପରେ  ନିର୍ଭର କରୁ। ପୂର୍ବତନ ଆଇଆଇସିଙ୍କୁ ଜଣାଇଲୁ। କୋର୍ଟର ଆଶ୍ରୟ ନେବାକୁ ଡିଗ୍ରୀ ହେଲା। ହେଲେ ସେମାନେ ଘର କରି ଚାଲିଛନ୍ତି।” ପୁଲିସ୍‌କୁ ଦେଖା କରିବାରୁ ଆଜି ଯିବୁ, କାଲି ଯିବୁ ବୋଲି କହୁଛନ୍ତି। ଏବେ ସାର୍‌ କହୁଛନ୍ତି, ଆମେ ବୁଝିବୁନି। ତୁମେ କୋର୍ଟକୁ ଯାଅ। କୋର୍ଟ ଆମ ସପକ୍ଷରେ ନ୍ୟାୟ ଦେଲା। ହେଲେ ପୁଲିସ୍‌ ସାହାଯ୍ୟ କରୁନି। ତେଣୁ ଏପରି ଚରମ ପଦକ୍ଷେପ ନେଲୁ।”