Advertisment

‘ମୋ ମୁହଁକୁ ଗଞ୍ଜିରେ ଘୋଡ଼ାଇ ପାଇପ୍‌ରେ ପିଟିଲେ’

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗାଡ଼ି ସାଇଡ୍‌ ମାରିବାକୁ ନେଇ ଜଣେ ଯୁବକଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ଘଟଣାଟି ଘଟିଛି ଭଦ୍ରକ ଟାଉନ୍‌ ଥାନା ଅଞ୍ଚଳରେ। ପୁରୁଣାବଜାର ଅଞ୍ଚଳର ସଲମାନ ଅହମଦ ସ୍କୁଟିରେ ତାଙ୍କ ଘରକୁ ଫେରୁଥିବା ବେଳେ କଣ୍ଟାବଣିଆ ଛକ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓ ତାକୁ ସାଇଡ୍‌ ମାରିଥିଲା । ସଲମାନ ସ୍କର୍ପିଓ ଡ୍ରାଇଭରକୁ ଅଟକାଇ ପଚାରିବାରୁ ଗାଡ଼ି ଭିତରେ ଥିବା ୫ ଜଣ ଯୁବକ ତାଙ୍କୁ ପ୍ଲାଷ୍ଟିକ ପାଇପ ସହ ବିଭିନ୍ନ […]

ଅଦ୍ୟତନ ହୋଇଛି
‘ମୋ ମୁହଁକୁ ଗଞ୍ଜିରେ ଘୋଡ଼ାଇ ପାଇପ୍‌ରେ ପିଟିଲେ’

hbv

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗାଡ଼ି ସାଇଡ୍‌ ମାରିବାକୁ ନେଇ ଜଣେ ଯୁବକଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ଘଟଣାଟି ଘଟିଛି ଭଦ୍ରକ ଟାଉନ୍‌ ଥାନା ଅଞ୍ଚଳରେ।

Advertisment

ପୁରୁଣାବଜାର ଅଞ୍ଚଳର ସଲମାନ ଅହମଦ ସ୍କୁଟିରେ ତାଙ୍କ ଘରକୁ ଫେରୁଥିବା ବେଳେ କଣ୍ଟାବଣିଆ ଛକ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓ ତାକୁ ସାଇଡ୍‌ ମାରିଥିଲା । ସଲମାନ ସ୍କର୍ପିଓ ଡ୍ରାଇଭରକୁ ଅଟକାଇ ପଚାରିବାରୁ ଗାଡ଼ି ଭିତରେ ଥିବା ୫ ଜଣ ଯୁବକ ତାଙ୍କୁ ପ୍ଲାଷ୍ଟିକ ପାଇପ ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସେମାନେ ସଲମାନଙ୍କ ମୁହଁକୁ ଗଞ୍ଜିରେ ଘୋଡ଼ାଇ ପାଇପ୍‌ରେ ପିଟିଥିଲେ।

ତେବେ ସଲମାନ କୌଣସି ମତେ ଉକ୍ତ ଯୁବକମାନଙ୍କ କବଳରୁ ଖସି ସେଠାରୁ ଦୌଡ଼ି ପଳାଇଥିଲେ ଓ ନିକଟରେ ଏକ ଦୋକାନରେ ଆଶ୍ରୟ ନେଇ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ସଲମାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisment

ଭଦ୍ରକ ଟାଉନ ଥାନା ପୁଲିସ ଉକ୍ତ ସ୍କର୍ପିଓକୁ ଜବତ କରିଛି। ଏହି ସ୍କର୍ପିଓ ଭିତରେ ଆକ୍ରମଣରେ ବ୍ୟବହୃତ ପାଇପ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଥିବା ସୂଚନା ମିଳିଛି। ସ୍କର୍ପିଓରେ ଥିବା ୫ ଜଣଙ୍କୁ ସ୍ଥାନୀୟ ଲୋକେ ଚିହ୍ନଟ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ମାଡ଼ ମାରିଥିବା ଅଭିଯୁକ୍ତ ମାନେ ଗୋରୁ ଚୋରା ଚାଲାଣ ଗାଡିକୁ ଏସ୍କର୍ଟ କରି ନେଉଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe