Advertisment

ଭୋଜିରେ ଔଷଧୀୟ ଚାରା ବାଣ୍ଟିଲେ ନବ ଦମ୍ପତି

ନବ ଦମ୍ପତିଙ୍କ କହିବା କଥା ମହାମାରୀ କରୋନା ସମୟରେ ବହୁ ଲୋକ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରିଥିଲେ। ଯାହା ତାଙ୍କୁ ଦୁଃଖ ଦେଇଥିଲା। ସେଥିପାଇଁ ନିଜ ବାହାଘରରେ ଅତିଥିମାନଙ୍କୁ ଉପହାର ସ୍ୱରୂପ ଗୋଟିଏ ଲେଖାଏଁ ଚାରା ପ୍ରଦାନ କରୁଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Bhadrak

Bhadrak

ବାହାଘର ଭୋଜିରେ ସାଧାରଣତଃ ନବ ଦମ୍ପତିଙ୍କୁ ଦିଆଯାଏ ଉପହାର। ହେଲେ ଏଠି ବର କନିଆଁ ଉପହାର ବାଣ୍ଟୁଛନ୍ତି। ଉପହାର ବାବଦକୁ ସେମାନେ ଔଷଧୀୟ ଚାରା ଦେଉଛନ୍ତି। ନିଜର ବିବାହ ଭୋଜିରେ ଏପରି ନିଆରା ଉପହାର ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି ମନୋରଞ୍ଜନ ଓ ତାଙ୍କ ପତ୍ନୀ ବବଲି। ଏମିତି ଏକ ଭଲ ଖବର ଆସିଛି ଭଦ୍ରକରୁ।

Advertisment

ବବଲିଙ୍କୁ ଓଲଙ୍ଗ ଗାଁର ନବ କିଶୋର ଦାସଙ୍କ ପୁଅ ମନୋରଂଜନ ଦାସ ବିବାହ କରିଥିଲେ। ରବିବାର ଥିଲା ଭୋଜି। ମହାଆଡ଼ମ୍ୱରେ ଆୟୋଜିତ ହୋଇଥିବା ଭୋଜିକୁ ବହୁ ଅତିଥି ଆସିଥିଲେ। ଭୋଜିକୁ ଆସିଥିବା ଅତିଥିଙ୍କୁ ନିଆରା ଉପହାର ଦିଆଯାଇଥିଲା। ଖାଇ ସାରିବା ପରେ ପ୍ରତ୍ୟେକ ଅତିଥିଙ୍କୁ ବର ଓ କନିଆଁଙ୍କ ପକ୍ଷରୁ ଗୋଟିଏ ଲେଖାଏ ଚାରା ପ୍ରଦାନ କରାଯାଇଥିଲା। ଯେଉଁଥିରେ ବେଲ, ନିମ, ହରିଡ଼ା, ବାହାଡ଼ା ଓ ଅଁଳା ପରି ବହୁ ଔଷଧୀୟ ଚାରା ରହିଥିଲା।

ମହାମାରୀ କରୋନା ସମୟରେ ବହୁ ଲୋକ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରିଥିଲେ। ଯାହା ସ୍ୱରୂପ ଦୁଃଖ ଦେଇଥିଲା। ସେଥିପାଇଁ ନିଜ ବାହାଘରରେ ଅତିଥିମାନଙ୍କୁ ଉପହାର ସ୍ୱରୂପ ଗୋଟିଏ ଲେଖାଏଁ ଚାରା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ନବ ଦମ୍ପତିଙ୍କ ଏହି ନିଆରା ପଦକ୍ଷେପକୁ ପରିବେଶବିତମାନେ ପ୍ରଶଂସା କରିଛନ୍ତି।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak