Advertisment

ଶର୍ମିଷ୍ଠାଙ୍କୁ ଦିନକୁ ୩୦ ଥର କଲ୍‌ କରୁଥିଲେ ନିରଞ୍ଜନ, ବାରମ୍ବାର ଆଶ୍ରମ ବି ଯାଉଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସର ଦିନ ଶର୍ମିଷ୍ଠା ରାଉତଙ୍କ ପ୍ରତି ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିବା ନିରଞ୍ଜନ ସେଠୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ନିରଞ୍ଜନଙ୍କୁ  ପୁଲିସ୍‌ ବାନ୍ଧି ଥିବା ବେଳେ ଆଜି ହାତରେ  ଲାଗିଛି ତାଙ୍କ କଲ୍ ଡିଟେଲ ଲୋକେସନ  । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ(ଟେକ୍ନିକାଲ୍‌)  ନିରଞ୍ଜନ ସେଠୀଙ୍କ କଲ୍‌ ଡିଟେଲ୍ସରୁ  ମିଳିଛି ରୋଚକ ତଥ୍ୟ। କଲ୍ ଡିଟେଲ ଲୋକେସନ ଅନୁଯାୟୀ, ମାନସ ନିଖୋଜ ପରଠୁ ନିରଞ୍ଜନ ଶର୍ମିଷ୍ଠାଙ୍କୁ ଦିନକୁ ୨୦ରୁ […]

author-image
Niharika Rout
ଅଦ୍ୟତନ ହୋଇଛି
ଶର୍ମିଷ୍ଠାଙ୍କୁ ଦିନକୁ ୩୦ ଥର କଲ୍‌ କରୁଥିଲେ ନିରଞ୍ଜନ, ବାରମ୍ବାର ଆଶ୍ରମ ବି ଯାଉଥିଲେ

sarmista

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସର ଦିନ ଶର୍ମିଷ୍ଠା ରାଉତଙ୍କ ପ୍ରତି ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିବା ନିରଞ୍ଜନ ସେଠୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ନିରଞ୍ଜନଙ୍କୁ  ପୁଲିସ୍‌ ବାନ୍ଧି ଥିବା ବେଳେ ଆଜି ହାତରେ  ଲାଗିଛି ତାଙ୍କ କଲ୍ ଡିଟେଲ ଲୋକେସନ  । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ(ଟେକ୍ନିକାଲ୍‌)  ନିରଞ୍ଜନ ସେଠୀଙ୍କ କଲ୍‌ ଡିଟେଲ୍ସରୁ  ମିଳିଛି ରୋଚକ ତଥ୍ୟ।

Advertisment

କଲ୍ ଡିଟେଲ ଲୋକେସନ ଅନୁଯାୟୀ, ମାନସ ନିଖୋଜ ପରଠୁ ନିରଞ୍ଜନ ଶର୍ମିଷ୍ଠାଙ୍କୁ ଦିନକୁ ୨୦ରୁ ୩୦ ଥର ଫୋନ୍ କରୁଥିଲେ। ଏପରିକି ଦିନେ ଶର୍ମିଷ୍ଠାଙ୍କୁ ୩୦ ଥର ଫୋନ୍ କରିଥିଲେ ନିରଞ୍ଜନ । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ  କ’ଣ, କ’ଣ ପାଇଁ ନିରଞ୍ଜନ ବାରମ୍ବାର ଶର୍ମିଷ୍ଠାଙ୍କୁ ଫୋନ୍‌ କରୁଥିଲେ, କ’ଣ କଥା ହେଉଥିଲେ ତାହା ଏବେ ବି ରହସ୍ୟ ରହିଛି।

ମାନସ ସ୍ୱାଇଁ  ଅପହରଣ ଓ ହତ୍ୟା ଘଟଣାକୁ ପ୍ରାୟ ୧୫ ଦିନ ହେବାକୁ ବସିଥିବା ବେଳେ  ଏପର୍ଯ୍ୟନ୍ତ  ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଟେର ପାଇପାରିନି ପୁଲିସ୍‌।  ଓଡ଼ିଶା ବାହାରେ ୩ଟି ଟିମ୍ ଓ ଓଡ଼ିଶାରେ ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ପାଇପାରିନି ପୁଲିସ୍‌। ମାନସ ହତ୍ୟା ଘଟଣାର ପ୍ରାଥମିକ ତଦନ୍ତ ବେଳେ ଶର୍ମିଷ୍ଠାଙ୍କୁ ପଚରାଉଚୁରା ପାଇଁ ଡାକି କାହିଁକି ପୁଲିସ୍‌ ଛାଡ଼ି ଦେଲା ପ୍ରଶ୍ନର ଉତ୍ତରରେ ପ୍ରମାଣ ନଥିବାରୁ ଶର୍ମିଷ୍ଠାଙ୍କୁ ଛାଡ଼ିଥିଲୁ କହିଲେ ଭଦ୍ରକ ଏସ୍‌ପି।

Advertisment

‍‍‍ଫେବୃଆରୀ ୭ ତାରିଖରେ ମାନସଙ୍କୁ ଅପହରଣ କରାଯାଇଥିବା କୁହାଯାଉଥିବା ବେଳେ ଉକ୍ତ ଦିନ ସେ ସାଢ଼େ ୩ ଘଣ୍ଟା ଆଶ୍ରମରେ ଥିଲେ। । ଏପରିକି ନିରଞ୍ଜନ ବାରମ୍ବାର ଆଶ୍ରମକୁ ଆସୁଥିଲେ ବୋଲି  ଅନ୍ତେବାସୀଙ୍କ ନିକଟରୁ ସୂଚନା ମିଳିଥିବା କହିଛନ୍ତି ଚାନ୍ଦବାଲି ଅତିରିକ୍ତ ଏସ୍‌ପି । ଗତକାଲି ଗିରଫ ହୋଇଥିବା ନିରଞ୍ଜନଙ୍କୁ ଜେଲ୍‌ ପଠାଇ ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳରେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସ୍‌ପି।

ନିଜ ଅବସର ଦିନ କ’ଣ ପାଇଁ ଶର୍ମିଷ୍ଠାଙ୍କ ପତ୍ରିକା ‘ସମ୍ପୂର୍ଣ୍ଣା’କୁ ଏମ୍‌ପ୍ୟାନେଲ୍‌(ସରକାରୀ ବିଜ୍ଞାପନ ପାଇବା ଯୋଗ୍ୟ)କୁ କରିଥିଲେ ନିରଞ୍ଜନ, ତାଙ୍କୁ କ’ଣ ପାଇଁ ବାରମ୍ବାର କଲ୍‌ କରୁଥିଲେ, ଉଭୟଙ୍କ ମଧ୍ୟରେ ସମ୍ପର୍କ କ’ଣ, ଏପରି ଅନେଇ ଅସମାହିତ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବା ବେଳେ ଶର୍ମିଷ୍ଠା ମିଳିବା ପରେ  ହିଁ ଏହି ସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ଜଣାଯାଇଛି।