Advertisment

ଟ୍ରେନ୍‌ ଦୁର୍ଘଟଣାରେ ବାପା ଚାଲିଗଲେ, ଦେଢ଼ ମାସର ଝିଅକୁ କୋଳାଇ ନେଲେ ନିଶା

ଖୋଜାଖୋଜି ପରେ ରବିନ୍ଦ୍ର ନିଜ ପୁଅର ମୃତଦେହ ଧରି ଘରକୁ ଫେରିଥିଲେ। ଶୋକାକୁଳ ପରିବେଶରେ ଗୋବିନ୍ଦଙ୍କ ଶବ ସତ୍କାର କରାଯାଇଥିଲା। ଏଥିରେ ଭାଙ୍ଗି ପଡ଼ିଥିଲେ ଯାତ୍ରା ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା। ସେ ସୁଗୋରେ ପହଞ୍ଚି ମୃତ ଗୋବିନ୍ଦଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ।

author-image
Manoranjan Sial
Bhadrak

Bhadrak

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଗୋବିନ୍ଦ ସାହୁଙ୍କ ଦେଢ଼ ବର୍ଷର ଝିଅକୁ କୋଳେଇ ନେଲେ ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା। ତା’ର ସମସ୍ତ ଖର୍ଚ୍ଚ ବହନ କରିବେ ନିଶା। ଲାଳନ ପାଳନ ସହ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ା ଖର୍ଚ୍ଚ ନିଶା ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସୁଗୋ ଗାଁର ଗୋବିନ୍ଦ ସାହୁ କୋଲକାତାରେ ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିଲେ। ଦେଢ଼ ମାସର ଝିଅ ଦେହ ଅସୁସ୍ଥ ଥିବାରୁ ସେ ଗତ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ। ତେବେ ବାହାନଗା ବଜାର ଷ୍ଟେସନ୍‌ରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗୋବିନ୍ଦଙ୍କ ସମେତ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଟ୍ରେନ୍‌ ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ତାଙ୍କ ବାପା ରବିନ୍ଦ୍ର ସାହୁ ବାହାନଗର ବଜାର ଷ୍ଟେସନ୍‌କୁ ଯାଇଥିଲା। ସେଠାରେ ସେ ମୃତଦେହ ଉପରେ ପଡ଼ିଥିବା ଧଳା ଲୁଗା ଉଠାଇ ପୁଅକୁ ଖୋଜୁଥିଲେ। ଯାହା ଥିଲା ଅତ୍ୟଧିକ ଭୟଙ୍କର ଓ ଲୋମ ଟାଙ୍କୁରା। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା।

ଖୋଜାଖୋଜି ପରେ ରବିନ୍ଦ୍ର ନିଜ ପୁଅର ମୃତଦେହ ଧରି ଘରକୁ ଫେରିଥିଲେ। ଶୋକାକୁଳ ପରିବେଶରେ ଗୋବିନ୍ଦଙ୍କ ଶବ ସତ୍କାର କରାଯାଇଥିଲା। ଏଥିରେ ଭାଙ୍ଗି ପଡ଼ିଥିଲେ ଯାତ୍ରା ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା। ସେ ସୁଗୋରେ ପହଞ୍ଚି ମୃତ ଗୋବିନ୍ଦଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ଗୋବିନ୍ଦଙ୍କ ଦେଢ଼ ମାସର ଝିଅକୁ କୋଳେଇ ନେଇଥିଲେ। ଝିଅର ସବୁ ଖର୍ଚ୍ଚ ବହନ କରିବେ ନିଶା। ଯୁକ୍ତ ଦୁଇ ପାଠ ପଢ଼ିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ନିଶା ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଗୋବିନ୍ଦଙ୍କ ସାନ ଭାଇକୁ କୌଣସି ଏକ ଘରୋଇ କମ୍ପାନୀରେ ଚାକିରି ଦେବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ନିଶା।

Advertisment

ସୂର୍ଯ୍ୟଦ୍ୱୋୟ ବିଶ୍ୱାଳ

Bhadrak News Bhadrak BalasoreTrainAccident