ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବିକ୍ଷୋଭ

ଭଦକ୍ର(ପାର୍ଥ ସାରଥୀ ନାୟକ): ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ମିଳିତ ମଞ୍ଚ ପକ୍ଷରୁ  ଆଜି ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।  ଆଜି  ଏହି ବିକ୍ଷୋଭରେ ଭଦ୍ରକ ଜିଲ୍ଲାରେ ୭ଟି ସଂଗଠନର ରାଜ୍ୟ ଓ ଜିଲ୍ଲା  ନେତୃତ୍ୱ ସାମିଲ ହୋଇଥିଲେ । ସମଗ୍ର ରାଜ୍ୟରେ ଆଜି ଶିକ୍ଷକ ଓ ଅଧ୍ୟାପକମାନେ ନିଜର ହକ ଦାବି  ହାସଲ […]

6hl

Tapas Behera
  • Published: Monday, 09 August 2021
  • , Updated: 09 August 2021, 03:48 PM IST

ଭଦକ୍ର(ପାର୍ଥ ସାରଥୀ ନାୟକ): ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ମିଳିତ ମଞ୍ଚ ପକ୍ଷରୁ  ଆଜି ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।  ଆଜି  ଏହି ବିକ୍ଷୋଭରେ ଭଦ୍ରକ ଜିଲ୍ଲାରେ ୭ଟି ସଂଗଠନର ରାଜ୍ୟ ଓ ଜିଲ୍ଲା  ନେତୃତ୍ୱ ସାମିଲ ହୋଇଥିଲେ । ସମଗ୍ର ରାଜ୍ୟରେ ଆଜି ଶିକ୍ଷକ ଓ ଅଧ୍ୟାପକମାନେ ନିଜର ହକ ଦାବି  ହାସଲ ପାଇଁ ସରକାରଙ୍କ ଅଗଣତାନ୍ତ୍ରିକ ଓ ତୃଟିପୂର୍ଣ୍ଣ ଶକ୍ଷାନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।  ଶିକ୍ଷକ ଓ ଅଧ୍ୟାପକ ମାନେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇ ଦିନ କାଟୁଛନ୍ତି । ଚାକିରୀରେ ସର୍ତ୍ତବଳୀ ନାହିଁ, ଅଧ୍ୟାପକ ଓ ଶିକ୍ଷକ ମୃତ୍ୟୁ ବରଣ କଲେ ସରକାରଙ୍କ କୌଣସି ସୁବିଧା ସୁଯୋଗ ନାହିଁ, ପେନସନ ନାହିଁ,  ଶିକ୍ଷକ ଓ ଅଧ୍ୟାପକ ଅବସର ପରେ ଖାଲି ହାତରେ ବସୁଛନ୍ତି, ଅବସର କାଳୀନ ସୁବିଧା ସୁଯୋଗ ନାହିଁ ।  ଏହି ଅନ୍ୟାୟ ବିରୋଧରେ ସମଗ୍ର ଓଡିଶାରେ  ୮ଟି ସଂଗଠନ ଏକଜୁଟ ହୋଇ କ୍ରାନ୍ତିଦିବସରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।  ସରକାର ତୁରନ୍ତ କୌଣସି ପକ୍ଷେପ ନନେଲେ ଆଗାମୀ ଅଗଷ୍ଟ ୧୬ ତାରିଖରେ ଭୁବନଶ୍ୱରରେ ଆନ୍ଦୋଳନ ତୀବ୍ରତର ହେବ ।

Related story