Advertisment

ସାଙ୍ଗର ଜନ୍ମଦିନ ପାଳିବାକୁ ଯାଉଥିଲେ ୩ ଯୁବକ, କିନ୍ତୁ ବାଟରେ...

ସାଙ୍ଗ ଜନ୍ମ ଦିନ ଥିବାରୁ ହସଖୁସିରେ ଗିଫ୍ଟ ଧରି ସାଙ୍ଗ ଘରକୁ ଯାଉଥିଲେ ତିନି ଯୁବକ। ହେଲେ ସେମାନଙ୍କ ଖୁସି ଅଧିକ ସମୟ ରହି ନଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ସାଙ୍ଗ ଜନ୍ମଦିନ ଥିବାରୁ ହସଖୁସିରେ ଗିଫ୍ଟ ଧରି ତାଙ୍କ ଘରକୁ ଯାଉଥିଲେ ତିନି ଯୁବକ। ହେଲେ ସାଙ୍ଗ ଘରେ ପହଞ୍ଚି ପାରିଲେ ନାହିଁ। ବାଟରେ ଦୁର୍ଘଟଣା ଘଟି‍ବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମାଙ୍କଡିଆ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସଂଗ୍ରାମ। ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ମୃତାହତଙ୍କ ଘର ଚୁଡାକୁଟି ଅଞ୍ଚଳରେ। ଗତକାଲି ରାତିରେ ସଂଗ୍ରାମଙ୍କ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହିତ ଏକ ବାଇକ୍‌ ଯୋଗେ ଆଉ ଜଣେ ସାଙ୍ଗର ଜନ୍ମଦିନ ଉତ୍ସବରେ ସାମିଲ ହେବା ପାଇଁ ଅଶୁରାଳି ଯାଉଥିଲେ। ଏହି ସମୟରେ ମାଙ୍କଡିଆ ନିକଟରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ସଂଗ୍ରାମଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ବାଇକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe