/odisha-reporter/media/post_attachments/uploadimage/library/16_9/16_9_0/Accident_1678421811.jpg)
Accident
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଶିବବିନ୍ଧା ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତଆହତଙ୍କ ଘର ଧାମନଗର ଅଞ୍ଚଳର ବୋଲି ଜଣାପଡ଼ିଛି।
Advertisment
ଆଜି ସକାଳେ ଯାତ୍ରୀବାହୀ ଅଟୋ ଭଦ୍ରକରୁ ୫ ଜଣ ଯାତ୍ରୀଙ୍କୁ ନେଇ ଧାମନଗର ଅଭିମୁଖେ ଆସୁଥିଲା। ଶିବବିନ୍ଧା ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଓ ପୁଲିସ ୫ ଜଣଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ଜଣ ଚିକିତ୍ସାଧୀନ ଅଛନ୍ତି।
ଧାମନଗର ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
