Advertisment

ଆମ୍ବ ଚୋରି କରିବାରୁ ମିଳିଲା ଦଣ୍ଡ, ମେଡିକାଲରେ ଭର୍ତ୍ତି ହେଲେ ୫ ନାବାଳକ

ଆମ୍ବ ଚୋରି କରିବାରୁ ପିଲାଙ୍କୁ ନିସ୍ତୁକ ପିଟି ପିଠି ଫଟାଇ ଦେଲେ ମାଲିକ।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhadrak

Bhadrak

ବାଡ଼ିରେ ପେନ୍ଥା ପେନ୍ଥା ହୋଇ ଆମ୍ବ ଓହଳିଥିବା ଦେଖି ନାବାଳକଙ୍କ ଲୋଭ ସମ୍ଭାଳି ନଥିଲା। ଗଛରୁ ଆମ୍ବ ତୋଳିବା ପାଇଁ ଜଣଙ୍କ ବାଡ଼ିକୁ ପଶି ଯାଇଥିଲେ। ପିଲାମାନେ ଆମ୍ବ ତୋଳିବା ସମୟରେ ମାଲିକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ପିଲାଙ୍କୁ ଆମ୍ବ ତୋଳୁଥିବା ମାଲିକ ଦେଖି ରାଗି ଲାଲ ହୋଇଯାଇଥିଲେ। ସେମାନଙ୍କୁ ଗାଳିଗୁଲଜ କରିବା ସହ  ଏକ ବାଡ଼ି ଆଣି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ମାର୍କେଟ ସାହି ଅଞ୍ଚଳରେ। ୫ ଜଣ ପିଲାଙ୍କୁ ଡାକ୍ତରଖାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ମାର୍କେଟ ସାହି ଅଞ୍ଚଳର ୫ଜଣ ନାବାଳକ ଗାଁର ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଆମ୍ବ ଗଛରୁ ଆମ୍ବ ଖାଇବା ପାଇଁ ଯାଇଥିଲେ। କିନ୍ତୁ ଆମ୍ବ ତୋଳିବା ବେଳେ ଗଛ ମାଲିକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ପରେ ମାଲିକ ୫ ଜଣ ପିଲାଙ୍କୁ ଏକ ବାଡ଼ିରେ ନିସ୍ତୁକ ପିଟିଥିଲେ। ଏପରି ପିଟିଥିଲେ ପିଲାଙ୍କ ପିଠିରେ ଦାଗ ବସିଯିବା ସହ କେତେକ ପିଲାଙ୍କ ପିଠି ଫାଟି ଯାଇଥିଲା।

ପିଲାମାନେ ଘରକୁ ଫେରି ଏନେଇ ପରିବାର ଲୋକଙ୍କୁ ଜଣାଇ ନଥିଲେ। ରାତିରେ ପିଲାମାନଙ୍କୁ ଜ୍ୱର ହେବା ସହ ପିଲାମାନଙ୍କ ପିଠିରେ ଦାଗ ଦେଖି ପରିବାର ଲୋକେ ଘଟଣା ସମ୍ପର୍କରେ ପଚାରିଥିଲେ। ପିଲାମାନେ ବାପାମା’ଙ୍କ ପାଖରେ ସବୁ କଥା କହିଥିଲେ। ଏନେଇ ଅଭିଭାବକମାନେ ଭଦ୍ରକ ଗ୍ରାମାଞ୍ଚଳରେ ଥାନାରେ ଅଭିଯୋଗ କରିଥିଲେ। ଏହାସହ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଏହି ଘଟଣାର ଜୈନିକ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Odisha Odisha Police Bhadrak